ଭାରତ ମାତାର ସୁଯୋଗ୍ୟ ସନ୍ତାନ ! ଅକ୍ସଫୋର୍ଡରେ ପାଠ ପଢିଲେ, ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଏବେ କ୍ଷେତରେ କାମ କରୁଛନ୍ତି ଇଲମା ।

60

ଯଦି ଆପଣ ବିଦେଶରେ ଉଚ୍ଚଶିକ୍ଷା ଲାଭ କରିଛନ୍ତି ତେବେ ଆପଣଙ୍କ ମସ୍ତିଷ୍କରେ ସବୁବେଳେ ବିଦେଶରେ ହିଁ ଚାକିରୀ କରିବାର ଚିନ୍ତା ଲାଗିରହିଥିବ । କିନ୍ତୁ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ବିଦେଶରେ ପଢିଥାନ୍ତି ସତ କିନ୍ତୁ ନିଜ ଦେଶ ପାଇଁ କିଛି ଭିନ୍ନ କରିବାର ଇଚ୍ଛା ତାଙ୍କ ମନରେ ଥାଏ । ଆମେ ଏଠାରେ ଆପଣଙ୍କୁ ଏମିତି ଏକ ଭାରତୀୟ ଝିଅ ବିଷୟରେ କହିବାକୁ ଯାଉଛୁ ଯେ ବିଦେଶରେ ପାଠ ପଢି ମଧ୍ୟ ଭାରତ ପ୍ରେମରେ ସ୍ୱଦେଶ ଫେରିଆସିଲେ । ନାଁ ହେଉଛି ଇଲମା ଅଫରୋଜ୍ । ଯିଏ ଅଲ୍ ଇଣ୍ଡିଆ ସିଭିଲ୍ ସର୍ଭିସ୍ ୨୧୭ ନମ୍ବରରେ ର୍ୟାଙ୍କ ରଖି ପାସ୍ କରିଥିଲେ । ଦାରିଦ୍ର୍ୟର ସୀମାରେଖାର ତଳେ ଥାଇ ଆଜି ଦିନରେ ସେ ଜଣେ ଆଇପିଏସ୍ ଅଫିସର ହୋଇପାରିଛନ୍ତି । ଆସନ୍ତୁ ଜାଣିବା ଇଲମାଙ୍କ ସଂଘର୍ଷପୂର୍ଣ୍ଣ ଜୀବନର କାହାଣୀ । ଉତ୍ତରପ୍ରଦେଶର ମୁରାଦାବାଦଠାରେ ରହୁଥିବା ଇଲମାଙ୍କ ବାପା ପେସାରେ ଜଣେ କୃଷକ ଥିବାବେଳେ ଅଳ୍ପ ବୟସରେ ହିଁ ସେ ଇହଧାମ ତ୍ୟାଗ କରିଥିଲେ । ମା ଏବଂ ଭାଇଙ୍କ ସହ ସେ କ୍ଷେତରେ ହଳ କରି ସେମାନଙ୍କ ସାହାର୍ଯ୍ୟ କରି ଆସୁଥିଲେ । କିନ୍ତୁ ପରିବାରର ସହଯୋଗ କରିବା ସହ ସେ ନିଜ ପାଠ ପଢା ମଧ୍ୟ ଜାରି ରଖିଲେ । ଯେଉଁଠି ଅନ୍ୟମାନଙ୍କୁ ଆଇପିଏସ୍ କ୍ଲିୟର କରିବା ପାଇଁ ବର୍ଷ ବର୍ଷ ସମୟ ଲାଗିଥାଏ । ସେଇଠି ଇଲମା ମାତ୍ର ବର୍ଷକରେ ୨୧୭ ର୍ୟାଙ୍କରେ ଆସି ସମସ୍ତଙ୍କୁ ଚକିତ କରିଦେଇଥିଲେ । ଗାଁର ଇଲମାକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିବା ପାଇଁ ସୁଯୋଗ ମିଳିବା ମାତ୍ରେ ସେ ଆଉ ପଛକୁ ବୁଲି ଚାହିଁ ନଥିଲେ । ଦିଲ୍ଲୀରେ ତାଙ୍କ ଅଧ୍ୟବସାୟ ଏବଂ ପାଠପଢା ପ୍ରତି ଥିବା ଅଦମ୍ୟ ଅଭିଳାଷ ତାଙ୍କୁ ବିଦେଶରେ ପଢିବା ପାଇଁ ମଧ୍ୟ ସୁଯୋଗ ଦେଇଥିଲା । ବିଦେଶରେ ପଢି ମଧ୍ୟ ତାଙ୍କର ନିଜ ଦେଶ ପ୍ରତି ଥିବା ଭଲପାଇବା କମି ନଥିଲା ।
ଏକ ସାକ୍ଷାତକାର ଇଲମା କହିଥିଲେ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପଢିବା ପରେ ସେ ନ୍ୟୁୟର୍କରେ ରହୁଥିଲେ । ସେଠାକାର ପରିବେଶ ଏବଂ ଗାଁର ପରିବେଶ ବିଷୟରେ ଚିନ୍ତା କରି ତାଙ୍କୁ ରାତିରେ ନିଦ ଆସୁନଥିଲା । ବିଦେଶରେ ପାଠ ପଢି ବିଦେଶୀଙ୍କ ପାଇଁ କାମ କରିବା ଅପେକ୍ଷା ସେ ନିଜ ଦେଶ ପାଇଁ କାମ କରିବାକୁ ଶ୍ରେୟସ୍କର ମଣିଥିଲେ । ତେଣୁ ସେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ ଏବଂ ପ୍ରଥମ ପ୍ରୟାସରେ ହିଁ ୨୧୭ ର୍ୟାଙ୍କରେ ଆସିଗଲେ । ବର୍ତ୍ତମାନ ସେ ଟ୍ରେନିଙ୍ଗ୍ ପାଇଁ ପ୍ରସ୍ତୁତି କରୁଥିବା ବେଳେ ଏବେ ମଧ୍ୟ କ୍ଷେତବାଡି ସହ ଜଡିତ ରହିଛନ୍ତି ।