କନକ ବ୍ୟୁରୋ : ଗହଳି ଭିତରେ ଜଣେ ନୃତ୍ୟଶିଳ୍ପୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ସ୍ପର୍ଶ କରିଛନ୍ତି। ଏହି ଘଟଣା ପରେ ଜେଟିପିମାନେ ନୃତ୍ୟଶିଳ୍ପୀଙ୍କୁ ଧରି ପୁଲିସ ଜିମା ଦେବା ପରେ ସିଂହଦ୍ବାର ଥାନା ପୁଲିସ ତାଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ରାମ-କୃଷ୍ଣ, ମଦନମୋହନ, ସୁଦର୍ଶନ, ବଳଭଦ୍ର, ମା’ ସୁଭଦ୍ରାଙ୍କ ପହଣ୍ଡି ସରିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା। ଠାକୁର ରଥ ଉପରୁ ତଳକୁ ଆସି ପହଣ୍ଡି ହୋଇଯିବା ସମୟରେ ନୃତ୍ୟଶିଳ୍ପୀ ଜଣକ ମହାପ୍ରଭୁଙ୍କୁ ଛୁଇଁ ଦେଇଥିଲେ। ଯାହା ପାଖରେ ଥିବା ସେବାୟତଙ୍କ ନଜର ପଡ଼ିଥିଲା।
ସେବାୟତମାନେ ଜେଟିପିଙ୍କୁ ଖବର ଦେବା ପରେ କର୍ଡ଼ନ ଦାୟିତ୍ବରେ ଥିବା ଜେଟିପି ସଂପୃକ୍ତ ନୃତ୍ୟଶିଳ୍ପୀଙ୍କୁ ଧରି ସିଂହଦ୍ବାର ଥାନା ଜିମା ଦେଇଥିଲେ। ନୃତ୍ୟଶିଳ୍ପୀଙ୍କ ପରିଚୟ ମିଳିପାରିନାହିଁ। ସୂଚନାଯୋଗ୍ୟ, ନୃତ୍ୟ ଆଳରେ ବହୁ ମହିଳା, ପୁରୁଷ, ଯୁବତୀ ରଥ କର୍ଡ଼ନ୍ ଭିତରେ ପଶି ନାନାପ୍ରକାର ସମସ୍ୟା ସୃଷ୍ଟି କରୁଛନ୍ତି। ପୂର୍ବରୁ କାଁଭାଁ ନୃତ୍ୟଶିଳ୍ପୀମାନେ ରଥ ଆଗରେ ନୃତ୍ୟ ପରିବେଷଣ କରୁଥିଲେ। ଏବେ ଏହି ସଂଖ୍ୟା ଶହେ ଟପିଲାଣି। ନୃତ୍ୟ ଆଳରେ ନୃତ୍ୟଶିଳ୍ପୀ ଜଣକ ମହାପ୍ରଭୁଙ୍କୁ ସ୍ପର୍ଶ କରି ବ୍ୟବସ୍ଥାବଳୀର ଖୋଲା ଉଲ୍ଳଙ୍ଘନ କରିଥିବା ବେଳେ ପ୍ରଶାସନ କ’ଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଛି।/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/Pahandire-Jagannath1-750x430.jpg)