ଡିସେମ୍ବରରେ ପୁଣି ବାତ୍ୟା ଆଶଙ୍କା । ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ମୁହାଁ ହେବା ନେଇ ଆକଳନ । ନଭେମ୍ବର ୩୦ରୁ ଡିସେମ୍ବର ୪ ମଧ୍ୟରେ ରହିପାରେ ପ୍ରଭାବ ।

1,569

କନକ ବ୍ୟୁରୋ: ବାତ୍ୟା ନେଇ ଆକଳନ କରୁଛି ପାଣିପାଗ ବିଭାଗ । ଦକ୍ଷିଣ ଆଣ୍ଡାମାନ୍ ପାଶ୍ୱର୍ବର୍ତ୍ତୀ ମଲାକା ଷ୍ଟ୍ରେଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୨୯ ତାରିଖରେ ଅବପାତ ସୃଷ୍ଟି ହେବା ନେଇ କହିଛନ୍ତି ପାଣିପାଗ ବିଜ୍ଞାନୀ । ୪୮ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।