କନକ ବ୍ୟୁରୋ : ଭୁବନେଶ୍ୱରରେ ଆରମ୍ଭ ହୋଇଛି ସାଇବର କମ୍ପେ୍ଲକ୍ସ । ଏହି ନୂଆ ସାଇବର କମ୍ପେ୍ଲକ୍ସକୁ ଉଦଘାଟନ କରିଛନ୍ତି ଡିଜିପି ଅଭୟ । ଏହି ଅବସରରେ ଡିଜିପି କହିଛନ୍ତି, ରାଜ୍ୟରେ ସାଇବର ସମ୍ପର୍କିତ ମାମଲାର ତ୍ୱରିତ ସମାଧାନ ପାଇଁ ଉଦ୍ୟମ ହେବ । ସାଇବର ମାମଲାରେ ରାଜ୍ୟରେ କର୍ମଚାରୀଙ୍କ ଦକ୍ଷତାର ଅଭାବ ରହୁଛି । ତଦନ୍ତକାରୀ ଅଧିକାରୀଙ୍କ ସଂଖ୍ୟା ବି କମ ରହିଛି । ତେଣୁ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଉଦ୍ୟମ କରାଯିବ ।
ଲକ୍ଡାଉନ୍ରେ ସାଇବର ଠକମାନେ ବେଶ୍ ସକ୍ରିୟ ହୋଇ ଉଠିଛନ୍ତି । ଅନଲାଇନ୍ ଠକେଇ, ଅନଲାଇନ୍ ମଦ, ଅନଲାଇନ୍ ନିଯୁକ୍ତି, କୋରିଅର ହୋମ୍ ଡେଲିଭରି ନାଁରେ ଠକେଇ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ଝାଡ଼ଖଣ଼୍ଡ, ହରିୟାଣା, ଦିଲ୍ଲୀ ଆଦି ଅଞ୍ଚଳର ସାଇବର ଠକଙ୍କ ଟାର୍ଗେଟରେ ଓଡ଼ିଶା ରହିଛି । ୨୦୧୮ଠାରୁ ୨୦୧୯ରେ ସାଇବର ମାମଲା ଯଥେଷ୍ଟ ବଢ଼ି ଯାଇଛି । ୨୦୧୮ରେ ୮୪୩ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୧୪୮୫ରେ ପହଞ୍ଚିଛି । ପୂର୍ବବର୍ଷ ତୁ​ଳନାରେ ୭୬ ପ୍ରତିଶତ ମାମଲା ବୃଦ୍ଧି ପାଇଥିଲା, ଯାହା ବେଶ୍ ଚିନ୍ତାଜନକ ରହିଛି। କିନ୍ତୁ କ୍ରାଇମବ୍ରାଞ୍ଚ ସେଭଳି କୌଣସି ସଫଳତା ପାଇ ପାରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/17-1.jpg)