ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ଟାଉନରେ ଲାଗିବ କର୍ଫ୍ୟୁ । ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ଯାଏଁ କର୍ଫ୍ୟୁ ।

ଆଜି ପୁରୀ ସହରରେ ସଟଡାଉନ କଟକଣା କୋହଳ : ଆସନ୍ତାକାଲି ରାତି ୮ଟାରୁ ଲାଗିବ ୪୮ ଘଂଟିଆ କର୍ଫ୍ୟୁ; ଦୋକାନ, ବଜାର, ଅଫିସ, ବ୍ୟାଙ୍କ ବନ୍ଦ

କନକ ବ୍ୟୁରୋ: ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ଟାଉନରେ ଲାଗିବ କର୍ଫ୍ୟୁ । ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ଯାଏଁ କର୍ଫ୍ୟୁ । ଏହି ସମୟରେ ବଡଦାଣ୍ଡରେ ଗାଡି ଚଳାଚଳ ଉପରେ କଟକଣା । ବଡଦାଣ୍ଡରେ ଔଷଧ ଦୋକାନ ଖୋଲିବା ଉପରେ ମଧ୍ୟ ଲାଗିଛି କଟକଣା । ଏହି ସମୟରେ ବ୍ୟାଙ୍କ ଓ ଅନ୍ୟାନ୍ୟ ଅଫିସ ମଧ୍ୟ ବନ୍ଦ ରହିବ । ୧୦ ତାରିଖ ସୁଦ୍ଧା ଅତିଥି ହୋଟେଲ, ଧର୍ମଶାଳା ଓ ଲଜ ଛାଡିବେ ।

ହେଲେ ଖାଦ୍ୟ, ସଉଦା, ପନିପରିବା, କ୍ଷୀର ହୋମ ଡେଲିଭରି ହୋଇପାରିବ । କେବଳ ପୁରୀ ସହର ପାଇଁ ଏହି ନିୟମ ଲାଗୁ ହେବ । ଅନ୍ୟ ଜିଲ୍ଲା ପାଇଁ ଏହି ନିୟମ ଲାଗୁ ହେବନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe