ପୁରୀ ସହରରେ ଲାଗୁ ହେଲା କର୍ଫ୍ୟୁ । ୨୧ ତାରିଖ ରାତି ୮ଟା ଯାଏଁ କଟକଣା ଜାରି ।

142

କନକ ବ୍ୟୁରୋ: ପୁରୀ ସହରରେ ଲାଗୁ ହେଲା କର୍ଫ୍ୟୁ । ୨୧ ତାରିଖ ରାତି ୮ଟା ଯାଏଁ ଏହି କଟକଣା ଜାରି ରହିବ । ବାହୁଡା ଯାତ୍ରା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଏହି କଟକଣା ଲାଗୁ ହୋଇଛି । ସେହିପରି ରଥଯାତ୍ରା ସମୟରେ ମଧ୍ୟ ପୁରୀ ସହରରେ କର୍ଫ୍ୟୁ ଜାରି ହୋଇଥିଲା । ଏହି ସମୟରେ ଲୋକମାନେ ଘରୁ ବାହାରିବା ଉପରେ ମଧ୍ୟ କଟକଣା ଜାରି କରିଥିଲା ପ୍ରଶାସନ ।

କରୋନା ସଂକ୍ରମଣ ଯୋଗୁଁ ବିନା ଭକ୍ତରେ ଏଥର ରଥଯାତ୍ରା ଅନୁଷ୍ଠିତ ହୋଇଛି । ସେବାୟତ ମାନେ ରଥ ଟାଣି ଗୁଣ୍ଡିଚା ମନ୍ଦିର ନେଇଥିଲେ । ସେହିପରି ବାହୁଡା ଯାତ୍ରା ମଧ୍ୟ ବିନା ଭକ୍ତରେ ପାଳନ ହେବ । ଏହି ସମୟରେ କଟକଣାକୁ କଡାକଡି ଭାବେ ପାଳନ କରାଯିବ ।