କରୋନା ସଂକ୍ରମଣ ରୋକିବାକୁ ଅହମ୍ମଦାବାଦରେ ଲାଗୁହେଲା କର୍ଫ୍ୟୁ : ଆଜି ରାତି ୯ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଜାରି ରହିବ କଟକଣା

କେବଳ କ୍ଷୀର ଓ ଔଷଧ ଦୋକାନ ଖୋଲିବାକୁ ଅନୁମତି

56

କନକ ବ୍ୟୁରୋ : ଅହମ୍ମଦାବାଦରେ ଆଜିଠୁ କର୍ଫ୍ୟୁ । କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ରାତି ୯ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟଟ ଲାଗୁ ହେବ କର୍ଫ୍ୟୁ । ଏହି ସମୟରେ କେବଳର କ୍ଷୀର ଓ ଔଷଧ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ସ୍କୁଲ . କଲେଜ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି ଅହମ୍ମଦାବାଦରେ କରୋନା ନିୟନ୍ତ୍ରଣ ପାଇଁ ଦାୟିତ୍ୱରେ ଥବା ପ୍ରମୁଖ ସଚିବ । କହିଛନ୍ତି, ଅହମ୍ମଦାବାଦରେ ଅଚାନକ କରୋନା ସଂକ୍ରମଣ ବଢ଼ୁଥିବା ଦେଖିବାକୁ ମିଳିଛି । ଏପରିକି ସହରରେ ଥିବା ଘରୋଇ ହସ୍ପିଟାଲରେ ମାତ୍ର ୪୦୦ କରୋନା ବେଡ ଖାଲି ରହିଛି ।

ଏହା ଦର୍ଶାଉଛି କେତେ ମାତ୍ରାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେବେ ସରକାରୀ କୋଭିଡ୍ ହସ୍ପିଟାଲରେ ୨ ହଜାର ୬ ଶହ ବେଡ ଫାଙ୍କା ଥିବା ସେ ସୂଚନା ଦେଇଛନ୍ତି । ଅହମ୍ମଦାବାଦରେ କେବଳ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ପ୍ରଥମେ ନିଷ୍ପତି ନିଆଯାଇଥିଲା । ହେଲେ ସଂକ୍ରମଣ ବଢ଼ୁଥିବାରୁ ନାଇଟ୍ କର୍ଫ୍ୟୁ ବଦଳରେ ସମ୍ପୂର୍ଣ୍ଣ କର୍ଫ୍ୟୁ ଲଗାଇବାକୁ ନିଷ୍ପତି ନେଇଛି ପ୍ରଶାସନ ।