ଜାଲରେ ପଡିଲା ବଉଳା କୁମ୍ଭୀର । ଉଦ୍ଧାର କରି ନଦୀରେ ଛାଡିଲା ବନବିଭାଗ । ଦେଖନ୍ତୁ, ଫଟୋ....

Advertisment
ଜାଲରେ ପଡିଲା ବଉଳା କୁମ୍ଭୀର । ଉଦ୍ଧାର କରି ନଦୀରେ ଛାଡିଲା ବନବିଭାଗ । ଦେଖନ୍ତୁ, ଫଟୋ....

କନକ ବ୍ୟୁରୋ: ଜାଲରେ ପଡ଼ିଲା ବଉଳା କୁମ୍ଭୀର । ଗତ କିଛି ଦିନ ହେଲା କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ଆତଙ୍କ ଦେଖାଦେଇଛି ।  ରାଜନଗର ପେଣ୍ଠ ରାସ୍ତାରେ ଏକ କୁମ୍ଭୀର ବୁଲୁଥିବାର ଭିଡ଼ିଓ ସାମ୍ନାକୁ ଆସିଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ତେବେ ଆଜି ସକାଳେ ଏକ ଚିଙ୍ଗୁଡ଼ି ଘେରିରେ କୁମ୍ଭୀରଟି ପଶିଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ପେଣ୍ଠ ଗାଁ ଲୋକ ଜାଲ ବସାଇ କୁମ୍ଭୀରଟିକୁ ଧରି ଏକ ଗଛରେ ବାନ୍ଧି ରଖି ବନବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି କୁମ୍ଭୀରଟିକୁ ଉଦ୍ଧାର କରି ବାଉଁଶଗଡ଼ ନଦୀରେ ଛାଡ଼ିଛି । publive-image publive-image publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe