ଜାଲରେ ପଡିଲା ବଉଳା କୁମ୍ଭୀର । ଉଦ୍ଧାର କରି ନଦୀରେ ଛାଡିଲା ବନବିଭାଗ । ଦେଖନ୍ତୁ, ଫଟୋ….

143

କନକ ବ୍ୟୁରୋ: ଜାଲରେ ପଡ଼ିଲା ବଉଳା କୁମ୍ଭୀର । ଗତ କିଛି ଦିନ ହେଲା କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ଆତଙ୍କ ଦେଖାଦେଇଛି ।  ରାଜନଗର ପେଣ୍ଠ ରାସ୍ତାରେ ଏକ କୁମ୍ଭୀର ବୁଲୁଥିବାର ଭିଡ଼ିଓ ସାମ୍ନାକୁ ଆସିଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ତେବେ ଆଜି ସକାଳେ ଏକ ଚିଙ୍ଗୁଡ଼ି ଘେରିରେ କୁମ୍ଭୀରଟି ପଶିଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ପେଣ୍ଠ ଗାଁ ଲୋକ ଜାଲ ବସାଇ କୁମ୍ଭୀରଟିକୁ ଧରି ଏକ ଗଛରେ ବାନ୍ଧି ରଖି ବନବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି କୁମ୍ଭୀରଟିକୁ ଉଦ୍ଧାର କରି ବାଉଁଶଗଡ଼ ନଦୀରେ ଛାଡ଼ିଛି ।