ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥରେ ଫାଟ । ଲେଜର ସ୍କାନିଂ ରିପୋର୍ଟରୁ ହେଲା ସ୍ପଷ୍ଟ

140

କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥରେ ଫାଟ । ରତ୍ନଭଣ୍ଡାରର ଉତ୍ତର ପାଶ୍ୱର୍ରେ ଫାଟ ଦେଖିବାକୁ ମିଳିଛି । ଏଏସଆଇ ପକ୍ଷରୁ କରାଯାଇଥିବା ଲେଜର ସ୍କାନିଂରୁ ଏହା ସ୍ପଷ୍ଟ ହୋଇଛି । ରତ୍ନ ଭଣ୍ଡାରର କାନ୍ଥରେ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ଏହାର ମରାମତି କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ଏଏସଆଇ । କାନ୍ଥରେ ଲଗାଯାଇଥିବା ଚୁନ ପଥରରେ କିଛି ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ରତ୍ନ ଭଣ୍ଡାର ଏବଂ ଜଗମୋହନର ମଝି ଭାଗକୁ ଅଧିକ ମଜଭୁତ କରିବାର ଆବଶ୍ୟକତା ରହିଛି । ରତ୍ନ ଭଣ୍ଡାରର ବାହାର ତିନିଟି କାନ୍ଥରେ ପ୍ଲାଷ୍ଟର କରିବା ପରେ ଯଦି କିଛି ବଡ଼ ଫାଟ ଦେଖିବାକୁ ମିଳେ, ତେବେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏଏସଆଇ କହିଛି । ଏସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏସଏସଆଇ କହିଛି । ଗତ ନଭେମ୍ବର ମାସରେ ଦୁଇ ଦିନ ପାଇଁ ଏଏସଆଇ ପକ୍ଷରୁ ରତ୍ନଭଣ୍ଡାର ଲେଜର ସ୍କାନିଂ କରଯାଇଥିଲା ।