ହଷ୍ଟେଲରେ ପଶିଲା ଗାଇ , ଖାଇଗଲା ଛାତ୍ରଛାତ୍ରୀଙ୍କ ବହି ! ପୁଣି ଚର୍ଚ୍ଚାର ପରିସରକୁ ଆସିଲା  ଆଇଆଇଟି ମୁମ୍ବାଇ ।

ହଷ୍ଟେଲରେ ପଶିଲା ଗାଇ , ଖାଇଗଲା ଛାତ୍ରଛାତ୍ରୀଙ୍କ ବହି ! ପୁଣି ଚର୍ଚ୍ଚାର ପରିସରକୁ ଆସିଲା  ଆଇଆଇଟି ମୁମ୍ବାଇ ।

ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି ଆଇଆଇଟି ମୁମ୍ବାଇ । ଚର୍ଚ୍ଚାର କାରଣ ବି ପୁର୍ବଭଳି ସେହି ଗାଇ । ଆଇଆଇଟି ହଷ୍ଟେଲ୍ ରେ ପୁଣିଥରେ ଗୋମାତାଙ୍କ ଆଗମନ ହୋଇଛି । ହଁ ଆଜ୍ଞା ହଷ୍ଟେଲରେ ପଣିଲା ଗାଇ । ତେବେ ଏଥର ଏହାର ଫଟୋ ମଧ୍ୟ ଭାଇରାଲ୍ ହୋଇଛି । କୁହାଯାଉଛି ଯେ ଏଥର ଗାଇଟି ପିଲାମାନଙ୍କ ବହିକୁ ହିଁ ଖାଇ ଦେଇଛି । ଆଇଆଇଟିର ହଷ୍ଟେଲ୍ ନମ୍ବର ୩ ରେ ଏହି ଗାଇଟିକୁ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ଜୁଲାଇ ମାସରେ ଏଠାକାର ଏକ କ୍ଲାସରୁମରେ ଗାଇ ପଶିଥିବା ଘଟଣା ଖୁବ୍ ଚର୍ଚ୍ଚାର ପରିସରକୁ ଆସିଥିଲା । ଲୋକମାନେ ଏହି ଭିଡିଓକୁ ଦେଖି ପ୍ରଶ୍ନ ପଚାରିଥିଲେ ଯେ କ’ଣ ଗାଇ ଜେଇଇ ପାସ୍ କରିଦେଲା କି?

ଜୁଲାଇରେ ହିଁ ଗୋଟିଏ ଗାଇ ସେଠାକାର ଜଣେ ଇଣ୍ଟର୍ଣ୍ଣଙ୍କୁ ଆଘାତ କରିଦେଇଥିଲା । ଯାହା ପରେ ଏକ କମିଟି ଗଠନ କରାଯାଇଛି । ଯେଉଁଥିରେ ଏଭଳି ଘଟଣାକୁ ରୋକିବା ପାଇଁ ପଦକ୍ଷେପ ନେବା ପାଇଁ ଚେଷ୍ଟା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe