ଜୁହାର ଫାଉଣ୍ଡେସନ୍ ଏବଂ ତ୍ରିଲୋଚନ ନେତ୍ରାଳୟ ମିଳିତ ଭାବେ ସ୍ଥାପନ କଲେ କୋଭିଡ୍ କେୟାର ସେଲଟର । ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ସେବା ।

128

କନକ ବ୍ୟୁରୋ : ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୦ଟି ଅକ୍ସିଜେନ୍ ବ୍ୟାଙ୍କର ଶୁଭାରମ୍ଭ କରିବା ପରେ ଆଜି ଜୁହାର ଫାଉଣ୍ଡେସନ୍ ଏବଂ ତ୍ରିଲୋଚନ ନେତ୍ରାଳୟ ମିଳିତ ଭାବେ ଏକ କୋଭିଡ୍ କେୟାର ସେଲଟର ସ୍ଥାପନ କରିଛନ୍ତି । ସମ୍ବଲପୁର ଉପକଣ୍ଠରେ ଥିବା ତ୍ରିଲୋଚନ ନେତ୍ରାଳୟରେ ଏହି କୋଭିଡ୍ କେୟାର ସେଲଟର ସ୍ଥାପନ କରାଯାଇଛି ।

ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ଆଇପିଏସ୍ ଅମିତାଭ୍ ଠାକୁର, ପ୍ରଖ୍ୟାତ Anesthesologist ତଥା କିମ୍ସର ପୂର୍ବତନ ସିଇଓ ଡକ୍ଟର ବିଷ୍ଣୁପ୍ରସାଦ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏହି କୋଭିଡ୍ କେୟାର ସେଲଟରର ଉଦଘାଟନ କରିଛନ୍ତି ।
ତେବେ ଏହି କୋଭିଡ୍ କେୟାର ସେଲଟରରେ, ଏକାବେଳେ ୫୦ଜଣ କରୋନା ଆକ୍ରାନ୍ତଙ୍କୁ ଉତ୍ତମ ସେବା ଯୋଗାଇ ଦିଆଯାଇପାରିବ । କେବଳ ଏତିକି ନୁହେଁ, ପତ୍ୟେକ ରୋଗୀଙ୍କ ପାଇଁ ଗୋଟିଏ ଲେଖାଏଁ ଅକ୍ସିଜେନ୍ କନ୍ସେଣ୍ଟ୍ରେଟରର ବ୍ୟବସ୍ଥା ରହିଛି ।

ତେବେ ଏହି ସେଲଟରର ବିଶେଷତ୍ୱ ହେଉଛି, ଏଠାରେ ପ୍ରତ୍ୟେକ ରୋଗୀଙ୍କ ପାଇଁ ଜଣେ ସୁସ୍ଥତା ପରାମର୍ଶଦାତା ରହିବେ । ଯିଏକି ରୋଗୀଙ୍କର ମନୋବଳ ବଢାଇବା ସହ ଡାକ୍ତରଖାନାରେ ଭର୍ତ୍ତି ହେବା ସମୟରେ ସବୁ ସାହାଯ୍ୟ ମଧ୍ୟ କରିବେ । ତେବେ ଏହି ସେଲଟରରେ ପ୍ରଶିକ୍ଷିତ ଯୋଗ ଶିକ୍ଷକଙ୍କ ଦ୍ୱାରା ରୋଗୀମାନଙ୍କୁ ଯୋଗଶିକ୍ଷା ମଧ୍ୟ ପ୍ରଦାନ କରାଯିବ । ଏହା ସହ ରୋଗୀମାନଙ୍କ ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ମଧ୍ୟ ଜପ କରାଯିବ ।