କନକ ବ୍ୟୁରୋ : ବେଆଇନ ଅର୍ଥ ଆଦାୟ ମାମଲାରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ଏବେ ସ୍ଥାନୀୟ ଅଦାଲତ ପଳାତକ ଘୋଷଣା କରିଛନ୍ତି । ଅଦାଲତର ଆଦେଶ ପରେ ଜୁହୁ ସ୍ଥିତି ପରମବୀର ସିଂଙ୍କ ବାସଭବନ ବାହାରେ ଏକ ନୋଟିସ ଲଗାଯାଇଛି । ଅନ୍ୟପଟେ ସୋମବାରଦିନ ପରମବୀର ସିଂଙ୍କ ଓକିଲ ସୁପ୍ରିମ କୋର୍ଟରେ କହିଥିଲେ କି ପରମବୀର ସିଂଙ୍କ ଜୀବନପ୍ରତି ମୁମ୍ବାଇ ପୋଲିସ ତରଫରୁ ବିପଦ ଥିବାରୁ ସେ ଲୁଚିଛନ୍ତି । ଏହାସହ ୪୮ ଘଂଟା ମଧ୍ୟରେ ସେ ସବିଆଇ କୋର୍ଟରେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି ।
ଓକିଲଙ୍କର ଏଭଳି ଖୁଲାସା ପରେ ଯାଂଚରେ ସହାୟତା କରିବାକୁ କୋର୍ଟ କହିଛନ୍ତି । କୋର୍ଟ ବର୍ତ୍ତମାନ ପରମବୀର ସିଂଙ୍କ ଗିରଫ ଉପରେ ରୋକ ଲଗାଇଛି । ଏହାସହ ମାମଲାର ଚାଲିଥିବା ଯାଂଚରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସିଂଙ୍କ ଓକିଲ କହିଛନ୍ତି କି ପରମବୀର ସିଂଙ୍କୁ ଏହି ମାମଲାରେ ଫଶାଇ ଦିଆଯାଇଛି । ତାଙ୍କ କାର୍ଯ୍ୟକାଳ ଭିତରେ ଯେଉଁମାନଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ସେହିମାନେ ଏବେ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ସୁପ୍ରିମ କୋର୍ଟ ତରଫରୁ ଏହି ମାମଲାରେ ସିବିଆଇ ଓ ମହାରାଷ୍ଟ୍ର ଡିଜିପିଙ୍କୁ ନୋଟିସ କରିଛନ୍ତି । ଏହି କ୍ରମରେ ପରମବୀର ସିଂଙ୍କ ବିରୋଧରେ ବର୍ତମାନ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଯାଇଛି । ଡିସେମ୍ବର ୬ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
Mumbai: A court order, declaring former Mumbai Police Commissioner Param Bir Singh as 'absconding', pasted outside his flat located in Juhu. pic.twitter.com/zueYJu8f99
— ANI (@ANI) November 23, 2021
ଏହି କ୍ରମରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଲାଗିଥିବା ଦୁର୍ନିତୀ ଅଭିଯୋଗର ଯାଂଚ ପାଇଁ ଗଠିତ ଜଷ୍ଟିସ୍ କେ.ୟୁ ଚାନ୍ଦୀବାଲ ଆୟୋଗ ମୁମ୍ବାଇର ପୂର୍ବ ପୋଲିସ କମିଶନର ପରମବୀର ସିଂଙ୍କ ହସ୍ତାକ୍ଷରକୁ ନେଇ ଶପଥପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।