ବିବାହ ବାର୍ଷିକୀରେ ପୁୁଣି ପଡିଲା ହାତଗଣ୍ଠି । ବାପା, ମାଙ୍କ ୫୦ ତମ ବିବାହ ବାର୍ଷିକୀରେ ନିଆରା ଢଙ୍ଗରେ ବାହାଘର କଲେ ପୁଅ, ଝିଅ ।

340

କନକ ବ୍ୟୁରୋ: ବିବାହ ବାର୍ଷିକୀରେ ପୁଣି ପଡ଼ିଲା ହାତଗଣ୍ଠି । ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ପୁଣି ହେଲା ବାହାଘର । ଯେଉଁଠି ବରକୁ ୭୦ ବର୍ଷ ଏବଂ କନ୍ୟାକୁ ୬୫ । ଦୁଇ ସ୍ୱାମୀ-ସ୍ତ୍ରୀଙ୍କ ବିବାହ ବାର୍ଷିକୀର ୫୦ବର୍ଷ ପୂର୍ତି ଅବସରରେ ସେମାନଙ୍କୁ ପୁଣି ବାହା କରାଇଛନ୍ତି ତାଙ୍କ ପୁଅ ଝିଅ । କଥାଟି ଆପଣଙ୍କୁ ଅଜବ ଲାଗିଲେ ବି ସତ । କଟକ ଜିଲ୍ଲା ନିଆଳି ଅଂଚଳର ତାମ୍ପଦା ଗାଁରେ ହୋଇଛି ଏଭଳି ଏକ ନିଆରା ବାହାଘର ।

ବାପା ମା ବୁଢ଼ା ବୁଢ଼ୀ ହୋଇ ଗଲେ ପୁଅ ଝିଅ ସେମାନଙ୍କୁ ପର କରିଦେବାର ଅନେକ ନଜିର ରହିଛି । ହେଲେ କଟକ ଜିଲ୍ଲା ନିଆଳି ଅଂଚଳରେ ବାପା ସୁରେନ୍ଦ୍ର ଏବଂ ମା ସୀତାରାଣୀଙ୍କ ୫୦ ବର୍ଷ ବିବାହ ବାର୍ଷିକୀ ସ୍ମରଣୀୟ କରିବା ପାଇଁ ତାଙ୍କ ପୁଅ ଝିଅ ଏଭଳି ନିଆରା ବାହାଘର କରିଛନ୍ତି । ଏହି ବିବାହରେ ସେମାନେ ଗ୍ରାମବାସୀଙ୍କୁ ଚାରା ବଂଟନ କରିବା ସହିତ ମାସ୍କ ବଂଟନ ଓ ରକ୍ତ ଦାନ ଭଳି ମହତ କାର୍ଯ୍ୟର ମଧ୍ୟ ଆୟୋଜନ କରିଥିଲେ । ଏଭଳି ଏକ ନିଆରା ବିବାହ ଉତ୍ସବର ଆୟୋଜନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ସୁରେନ୍ଦ୍ରଙ୍କ ପୁଅ, ଝିଅ ।