ବିଦ୍ୟୁତ ଆଘାତରେ ଦମ୍ପତି ମୃତ: ଆସିକା ବୁରୁପଡାରେ ୧୧ କେଭି ତାର ଲାଗି ଚାଲିଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ; ଜମିକୁ ଫୁଲକୋବି ତୋଳିବାକୁ ଯାଇଥିବା ବେଳେ ଅଘଟଣ

119

କନକ ବ୍ୟୁରୋ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଂଜାମ ଜିଲ୍ଲା ହିଂଜିଳିକାଟୁ ଥାନା ବୁରୁପଡ଼ା ଗାଁରେ । ଆଜି ଭୋର୍ ୪ଟା ବେଳେ ଘଟିଛି ଏହି ଘଟଣା । ଗାଁର ହୀନ ସାମଲ ଏବଂ ବିଷ୍ଣୁ ସାମଲଳ ଫୁଲ କୋବି ତୋଳିବା ପାଇଁ ମିଲକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି ।

ବିଲରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା, ଆଉ ଚାଷୀ ଦମ୍ପତି ଜାଣିପାରିନଥିଲେ । ବିଲରେ ପ୍ରବେଶ କରିବା ମାତ୍ରେ ଉଭୟେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ପ୍ରଥମେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଚିକିତ୍ସା ପାଇଁ  ହିଂଜିଳି ମେଡ଼ିକାଲରେ ଭର୍ତି କରାଯାଇଥିଲା । ହେଲେ ଡାକ୍ତର ଚାଷୀ ଦମ୍ପତିଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ୧୧ କେଭି ତାର ଲାଗି ଚାଷୀ ଦମ୍ପତିଙ୍କ ମୃତ୍ୟୁ ହୋଇଛି ।