କନକ ବ୍ୟୁରୋ : ସମ୍ପର୍କୀୟଙ୍କ ପାଇଁ ଚିନ୍ତା ବଢାଇ ଦେଇଛି ଶବ ସତ୍କାର । ଅନ୍ତିମ ସକ୍ରାର ପାଇଁ ଜୁଇ ସଜଡା ବେଳେ ଆସିଲା ମୃତ ବ୍ୟକ୍ତିଙ୍କ କରୋନା ପଜିଟିଭ ରିପୋର୍ଟ । ଜଗତସିଂହପୁର ବାଲିକୁଦା ବାଲିପାଟଣା ଗାଁରେ ଏଭଳି ଏକ ଘଟଣା ଘଟିଛି । ବ୍ଲକ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଂଚି କରୋନା କଟକଣା ଭିତରେ ମୃତକଙ୍କ ଅନ୍ତିମ ସଂସ୍କାର କରିବା ସହ ୧୫ ଜଣ ସଂପର୍କୀୟଙ୍କୁ ସଂଗରୋଧରେ ରହିବା ପାଇଁ ନିର୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, ବାଲିପାଟଣାରେ ଘର କରି ରହୁଥିବା କୋଦରୁଆର ଏହି ୬୩ ବର୍ଷିୟ ବ୍ୟକ୍ତି ଗତ ୨୫ ତାରିଖରେ କେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୨୭ ତାରିଖରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। କିନ୍ତୁ କାଲି ରାତିରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସମ୍ପର୍କୀୟମାନେ ମୃତଦେହକୁ ଆଣି ଗାଁରେ ପହଞ୍ଚିଥିଲେ। ଶବଦାହ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୃତକଙ୍କ କରେନା ଆକ୍ରାନ୍ତ ରିପୋର୍ଟ ପହଞ୍ଚିବାରୁ ସମସ୍ତଙ୍କ ଅକଲଗୁଡ଼ୁମ୍ ହୋଇଥିଲା। କୋଭିଡ଼୍ ନିୟମ ଅନୁସାରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ଏପରି ଶବଦାହ ଘଟଣା ପ୍ରଥମ ବୋଲି କୁହାଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/14-3.jpg)