କ୍ୱିଣ୍ଟନ୍ ଡିକକଙ୍କ ଧୂଆଁଧାର ବ୍ୟାଟିଂ । ୮ ୱିକେଟରେ କୋଲକାତାକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ । ୨ ଅଙ୍କ ପାଇ ପଏଣ୍ଟ ଟେବୁଲ ଶୀର୍ଷରେ ମୁମ୍ବାଇ…

Pic courtesy: IPL
302

କନକ ବ୍ୟୁରୋ: ପୁଣି ବିଜୟ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ । କୋଲକାତା ନାଇଟ୍ ନାଇଟର୍ସକୁ ପାଣି ପିଆଇ ୮ ୱିକେଟ୍ ରେ ବାଜି ମାରିନେଲା ରୋହିତ୍ ବାହିନୀ । କେକେଆର ଦେଇଥିବା ୧୪୯ ରନ୍ କୁ ପିଛା କରି ମାତ୍ର ୧୬ ଓଭର ୫ଟି ବଲ ସହାୟତାରେ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ ।

ତେବେ କୋଲକାତା ପ୍ରଥମ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଦଳ ଆରମ୍ଭରୁ ୱିକେଟ୍ ହରାଇବା ଯୋଗୁଁ ୨୦ ଓଭର ଖେଳି ମାତ୍ର ୧୪୮ ରନ୍ କରିବାରେ ସକ୍ଷମ ହୋଇଥିଲା । ଫଳରେ ମୁମ୍ବାଇ ସାମ୍ନାରେ ୧୪୯ ରନର ବିଜୟ ଲକ୍ଷ୍ୟ ରହିଥିଲା, ଯାହାକୁ ମୁମ୍ବାଇ ଅତି ସହଜରେ ବିଜୟ ହାତେଇ ନେଇଛି । ତେବେ ଏହି ବିଜୟ ବଳରେ ବର୍ତ୍ତମାନ ମୁମ୍ବାଇ ୨ ଅଙ୍କ ପାଇ ମୋଟ୍ ୧୨ ଅଙ୍କ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଁଚିଛି ।