ଲିଙ୍ଗରାଜ ମନ୍ଦିରର ପରିଚାଳନା ପାଇଁ ହେବ କମିଟି ଗଠନ: ଅଧ୍ୟାଦେଶକୁ କ୍ୟାବିନେଟରେ ମୋହର

Advertisment
ଟଳିଲା ବିଭ୍ରାଟ, କମ୍ପିଲା ଏକାମ୍ରକ୍ଷେତ୍ର: ବିଳମ୍ବିତ ରାତିରେ ହେଲା ଦେବଦମ୍ପତିଙ୍କ ବିବାହ

କନକ ବ୍ୟୁରୋ: ପୁରୀର ବିକାଶ ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଇଥିବା ବେଳେ ଏବେ ଲିଙ୍ଗରାଜ ମନ୍ଦିର ପ୍ରସଙ୍ଗରେ ନେଇଛନ୍ତି ବଡ଼ ନିଷ୍ପତି । ... ଲିଙ୍ଗରାଜ ମନ୍ଦିର, ଏହାର ସମ୍ପତିର ପରିଚାଳନା କରିବ ଏକ କମିଟି । ଏସମ୍ପର୍କିତ ଏକ ଅଧ୍ୟାଦେଶକୁ ରାଜ୍ୟ କ୍ୟାବିନେଟ ଆଜି ଅନୁମୋଦନ କରିଛି । ଏହି କମିଟି ଲିଙ୍ଗରାଜ ମନ୍ଦିର, ଏହାର ସମ୍ପତି, ପରିସର ମଧ୍ୟରେ ଓ ବାହାରେ ଥିବା ଅନ୍ୟ ମନ୍ଦିର, ପବିତ୍ର ସ୍ଥାନ, ମଠ ସମ୍ପର୍କିତ ବ୍ୟାପାର ଗୁଡ଼ିକର ସୁପରିଚାଳନା କରିବ ।

ଅଧ୍ୟାଦେଶରେ ମନ୍ଦିରର ପରିଚାଳନା ପାଇଁ ବିସ୍ତୃତ ଭାବେ ବ୍ୟବସ୍ଥା କରାଯାଇଛିି । ପରିଚାଳନା କମିଟି ଗଠନ, କମିଟିର ସଭ୍ୟ ସଂଖ୍ୟା, କମିଟିର ଦାୟିତ୍ୱ ଏବଂ କ୍ଷମତା, ମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତିର ସୁରକ୍ଷା ଆଦି ବିଷୟରେ ଏଥିରେ ଉଲ୍ଲେଖ ରହିଛି । ଯେହେତୁ ବିଧାନସଭା ବର୍ତମାନ ପାଇଁ ମୁଲତବୀ ରହିଛି, ତେଣୁ ଅଧ୍ୟାଦେଶ ଜରିଆରେ ଏହି ନୂତନ ଆଇନର ବ୍ୟବସ୍ଥା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe