ଓଡ଼ିଶା-ଆନ୍ଧ୍ର ବିବାଦର ସମାଧାନ ପାଇଁ ଗଠନ ହେଲା କମିଟି: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟିରେ ରହିବେ ୮ ସଦସ୍ୟ

92

କନକ ବ୍ୟୁରୋ: ଓଡ଼ିଶା-ଆନ୍ଧ୍ର ବିବାଦର ସମାଧନ ପାଇଁ ଆଲୋଚନା କରିବାକୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ ଏହି କମିଟିର ନେତୃତ୍ୱ ନେବେ । ମୁଖ୍ୟଶାସନ ସଚିବଙ୍କ ସମେତ ଅନ୍ୟ ବିଭାଗର ସଚିବଙ୍କୁ ଏହି କମିଟିରେ ସାମିଲ କରାଯାଇଛି । ମୋଟ୍ ୮ ଜଣ ଏହି କମିଟିରେ ସଦସ୍ୟ ଅଛନ୍ତି । ଚଳିତ ମାସ ୯ ତାରିଖରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ।

ଏଥିରେ ବିବାଦର ଆଲୋଚନା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ନେଇ ଉଭୟ ରାଜ୍ୟ ସହମତ ହୋଇଥିଲେ । ସେହି ଅନୁସାରେ ରାଜ୍ୟ ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଆନ୍ଧ୍ର ସହ ଥିବା ପ୍ରମୁଖ ପ୍ରସଙ୍ଗ, ଯେପରିକି କୋଟିଆ, ନେରେଡି ବ୍ୟାରେଜ୍, ପୋଲାଭର, ଝଂଜାବତି ଜଳଭଣ୍ଡାର, ବାହୁଦା ନଦୀର ଜଳ ପ୍ରସଙ୍ଗେରେ ଆନ୍ଧ୍ର ଅଧିକାରୀଙ୍କ ସହ ଆଲୋଚନା କରିବ ଏହି କମିଟି ।