ମନରେ କରୋନା ଭୟ ତଥାପି ଉତ୍ସାହ…ବରଷକେ ଥରେ ଆସିଛି ହୋଲି…ରଂଗେଇ ହେଉଛି ଓଡିଶା । ରଙ୍ଗ ଓ ଅବିରରେ ଜମୁଛି ଆସର

ସାରା ଦେଶରେ ହୋଲିର ଧୁମ୍ । ବିଭିନ୍ନ ସ୍ଥାନରେ ଦହିହାଣ୍ଡି ଭଙ୍ଗା ଖେଳ

429

କନକ ବ୍ୟୁରୋ: ଆଜି ରଙ୍ଗର ପର୍ବ ହୋଲି । ଭାଇଚାରା ଓ ସଦଭାବନାର ପର୍ବ । ପରସ୍ପର ମଧ୍ୟରେ ଖୁସି ବାଂଟିବାର ପର୍ବ ଏହି ରଙ୍ଗର ପର୍ବ । ରାଗ ଦ୍ୱେଷ ଭୁଲି ପରସ୍ପରକୁ ରଙ୍ଗ, ଅବିର ବୋଳି ଶୁଭେଚ୍ଛା ଜଣାଉଛନ୍ତି ସମସ୍ତେ । ରଙ୍ଗର ପର୍ବ ହୋଲିରେ ରଙ୍ଗେଇ ହେଉଛି ଓଡିଶା । ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ରଙ୍ଗ ଲଗା । ମନରେ କରୋନା ଭୟ ଥିଲେ ଉତ୍ସାହ ଅଧିକ ରହିଛି । ପ୍ରାୟ ଅଧିକାଂଶ ସ୍ଥାନରେ ହର୍ବାଲ ହୋଲି ଖେଳିବାର ଦେଖାଦେଇଛି । ଏନେଇ ଚଳଚଂଚଳ ଗାଁଠୁ ସହର । ରଙ୍ଗର ପର୍ବ ମତୁଆଲ କରିଛି ସମସ୍ତଙ୍କୁ । ରାଜଧାନୀର ବିଭିନ୍ନ ସ୍ଥାନରେ ହର୍ବାଲ ହୋଲି ଖେଳାଯିବାର ସୂଚନା ମିଳିଛି ।

ମନରେ କରୋନା ଭୟ ତଥାପି ଉତ୍ସାହ ଅଧିକ । ହଳଦୀ ଓ ଫୁଲରେ ହର୍ବାଲ ହୋଲି ଖେଳିଲେ ଭୁବନେଶ୍ୱର ୱାକର ଆସୋସିଏସନର ସଦସ୍ୟ । ହୋଲିକୁ ନେଇ ଚାରିଆଡେ ରଂଗୀନ ପରିବେଶ । କେନ୍ଦ୍ରାପଡାରେ ବି ଜମୁଛି ରଙ୍ଗର ପର୍ବ । କେନ୍ଦ୍ରାପଡା ବାସୀ ହୋଲିକୁ ଉତ୍ସାହ ଉଦିପନାର ସହ ପାଳନ କରୁଛନ୍ତି ।

ସେହିଭଳି ଶ୍ରୀକ୍ଷେତ୍ର ପୁରୀରେ ଜମିଛି ହୋଲି ଖେଳର ଧୂମ୍ । ପରସ୍ପରକୁ ରଙ୍ଗ ବୋଳି ହୋଲି ମନାଇଉଛନ୍ତି ସହରବାସୀ । ସମ୍ବଲପୁରରେ ବି ଜୋରଦାର ଚାଲିଛି ଖେଳ । ସକାଳୁ ସକାଳୁ ରଂଗ ଓ ଅବିର ବୋଳି ପରସ୍ପରକୁ ଶୁଭେଚ୍ଚା ଜଣାଇଛନ୍ତି ସମସ୍ତେ । ବାଲେଶ୍ୱରରେ ବି ଜୋରସୋରରେ ଚାଲିଛି ଖେଳ । ରଂଗ ଲଗେଇ ପରସ୍ପରକୁ ଜଣାଉଛନ୍ତି ହୋଲିର ଶୁଭେଚ୍ଛା ।

ସାରା ଦେଶରେ ପାଳନ କରାଯାଉଛି ରଂଗର ପର୍ବ ହୋଲି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଲି ନେଇ ଦେଶବାସୀଙ୍କୁ ଶୁଭେଚ୍ଚା ଜଣାଇଛନ୍ତି । ହୋଲି ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଦେଉ ବୋଲି ମୋଦି ଟୁଇଟ କରିଛନ୍ତି । କରୋନା ଭାଇରସ ସଂକ୍ରମଣ ଯୋଗୁଁ ଏଥର ମୋଦି ହୋଲି ଖେଳିବେନି କି କୌଣସି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ହୋଲି ଶୁଭେଚ୍ଛା ଜଣାଇଛନ୍ତି ।