କନକ ବ୍ୟୁରୋ: ରାକ୍ଷୀ ପୂର୍ଣ୍ଣିମାକୁ ନେଇ ସାରା ରାଜ୍ୟରେ ଉତ୍ସବର ମାହୋଲ ଲାଗି ରହିଛି । ବଜାରରେ ବିଭିନ୍ନ ରଙ୍ଗ ବେରଙ୍ଗର ରାକ୍ଷୀ ମିଳୁଥିବା ବେଳେ ଭୁବନେଶ୍ୱରର ଶାନ୍ତି ଲତା ମିଶ୍ର ତିଆରି କରିଛନ୍ତି କାଗଜ ରାକ୍ଷୀ । ବଜାରରେ ମିଳୁଥିବା ପ୍ଲାଷ୍ଟିକ୍ ରାକ୍ଷୀ ପରିବେଶକୁ କ୍ଷତି ପହଞ୍ଚାଉଥିବା ବେଳେ ଶାନ୍ତି ଲତାଙ୍କ ରାକ୍ଷୀ ପରିବେଶ ସୁରକ୍ଷା ବାର୍ତ୍ତା ଦେଉଛି । ହାତ ତିଆରି କାଗଜ ରାକ୍ଷୀ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ଶାନ୍ତିଲତା । ଯାହା ଖୁବ୍ ସୁନ୍ଦର ହୋଇଥିବା ବେଳେ ପରିବେଶ ଉପଯୋଗୀ ହୋଇଛି । ଖାଲି ସେତିକି ନୁହେଁ ସୁଲଭ ମୂଲ୍ୟରେ ମଧ୍ୟ ମିଳୁଛି ଏହି ରାକ୍ଷୀ , ଯାହାକୁ ସମସ୍ତେ ପସନ୍ଦ କରୁଛନ୍ତି ।
ଅନ୍ୟପଟେ ଦିଆସିଲି କାଠିରେ ମଧ୍ୟ ତିଆରି ହୋଇଛି ରାକ୍ଷୀ । ୧୫ ଶହ ୫୦ଟି ଦିଆସିଲି କାଠିରେ ପ୍ରସ୍ତୁତ ହୋଇଛି ରାକ୍ଷୀ । ରାକ୍ଷୀ ମଝିରେ ରହିଛି ପ୍ରଭୁ ବଳଭଦ୍ରଙ୍କ ଫଟୋ । ଏଭଳି ଏକ ନିଆରା ରାକ୍ଷୀ ପ୍ରସ୍ତୁତ କରିଛନ୍ତି ପୁରୀ କୁମ୍ଭାରପଡ଼ାର ଶାଶ୍ୱତ ରଞ୍ଜନ ସାହୁ । ଶାଶ୍ୱତ ଯୁକ୍ତ ତିନିରେ ପାଠ ପଢୁଥିବା ବେଳେ ସେ ଜଣେ ମିନିୟେଚର ଆର୍ଟିଷ୍ଟ । ଅନେକ ଆକର୍ଷଣୀୟ କଳାକୃତି ପ୍ରସ୍ତୁତ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶାଶ୍ୱତ । ତେବେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସେ ଏଭଳି ଏକ ରାକ୍ଷୀ ପ୍ରସ୍ତୁତ କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/08/Screen-Shot-2021-08-22-at-10.29.38-AM.png)