ଗଛମୂଳରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢା: ଭଙ୍ଗା ଅସୁରକ୍ଷିତ ଶ୍ରେଣୀଗୃହରୁ ଖସୁଛି ଅତଡା

57

କନକ ବ୍ୟୁରୋ: ବିପଦସଙ୍କୁଳ ଅବସ୍ଥାରେ ପଡି ରହିଛି ବିଦ୍ୟାଳୟ । ବାହାରେ ଗଛମୂଳରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢା । ସବୁ ଶ୍ରେଣୀର ପିଲାମାନେ ଏକାଠି ହୋଇ ଗଛମୂଳରେ ପାଠ ପଢୁଛନ୍ତି । କୋଣାର୍କ ଥାନା କାଦୁଆନୂଆଗାଁ ସନ୍ତରସରେ ଥିବା ଯୋଗେଶ୍ୱର ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ଏମିତି ଖବର ଦେଖିବାକୁ ମିଳିଛି । ଖୁବଶିଘ୍ର ବିଦ୍ୟାଳୟରେ ସମସ୍ତ ସୁବିଧା କରାଯିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଗଛ ମୂଳରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢା । ଜଣେ କି ଦୁଇ ଜଣ ନୁହେଁ ସବୁ ଶ୍ରେଣୀର ପିଲାମାନ ଗଛ ମୂଳରେ ଏକାଠି ବସି ପାଠ ପଢୁଛନ୍ତି । ସ୍କୁଲ ଶ୍ରେଣୀଗୃହ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବାରୁ ପିଲାଙ୍କ ସୁରକ୍ଷା ପାଇଁ ବାହାରେ ପଢା ଚାଲିଛି । କୋଣାର୍କ ଥାନା କାଦୁଆ ନୂଆଗାଁ ଗ୍ରାମପଂଚାୟତର ସନ୍ତରସରେ ଥିବା ଯୋଗେଶ୍ୱର ନୋଡାଲ ପ୍ରାଥମିକ ବିଦ୍ୟାଳୟ । ବହୁ ପୁରୁଣା ବିଦ୍ୟାଳୟ ହୋଇଥିବା ବେଳେ ଶ୍ରେଣୀଗୃହ ଛାତରୁ ଅତଡା ଖସୁଛି । ଏପରିକି ପ୍ରାର୍ଥନା ସମୟରେ ଅତଡା ଖସି ଜଣେ ପିଲା ଆହତ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି । ତେଣୁ ସୁରକ୍ଷା ପାଇଁ ପିଲାମାନଙ୍କୁ ବାହାରେ ଗଛ ମୂଳରେ ବସି ପାଠ ପଢାଯାଉଛି । ସେପଟ ୫ଟି ରୂପାନ୍ତରିତ ଯୋଜନାରେ ସାମିଲ କରାଯିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ବିଦ୍ୟାଳୟର ଅବସ୍ଥା ସୁଧାରିବା ସହିତ ସମସ୍ୟା ନଇ ଶିକ୍ଷା ଅଧିକାରୀଙ୍କୁ ଜଣାଯାଇଛି । ପିଲାଙ୍କ ସୁରକ୍ଷା ସହ ସମାନଙ୍କର ଭବିଷ୍ୟତ ନେଇ ଖୁବଶିଘ୍ର ସ୍ମୁଲର ସମସ୍ତ ସମସ୍ୟାର ସମାଧାନ କରାଯିବାକୁ ସରକାରଙ୍କୁ ଜଣ।।ଯାଇଛି । ଏପରିକି ଖୁବଶିିଘ୍ର ବିଦ୍ୟାଳୟକୁ ୫-ଟି ସ୍କୁଲରେ ରୂପାନ୍ତରିତ କରିବାକୁ ପିଲାଙ୍କଠାରୁ ନେଇ ଅଭିଭାବକ ପର୍ଯ୍ୟନ୍ତ ସମସ୍ତେ ଦାବି କରିଛନ୍ତି ।

ସନ୍ତରସ ଗାଁରେ ରହିଥିବା ଏହି ବିଦ୍ୟାଳୟ ପ୍ରତି ଗୁରୁତ୍ୱ ଦିଆଯାଇ ମରାମତି କରିବା ସହ ସମସ୍ତ ସମସ୍ୟାର ସମାଧାନ କରିପାରିଲେ ପିଲାମାନେ ସଠିକ୍ ଭାବରେ ପାଠ ପଢିପାରିବେ ।