କନକ ବ୍ୟୁରୋ : ସୁସ୍ଥ ହେଉଛି ବୋରୱେଲ ଭିତରୁ ଉଦ୍ଧାର ହେଉଥିବା ଶିଶୁ । ଏବେ ଧୀରେ ଧୀରେ ସୁସ୍ଥ ହେଉଛି କୁନି । ଆଜି ପ୍ରଥମ ଥର ପାଇଁ ଶିଶୁକୁ ଦିଆଯାଇଛି କ୍ଷୀର । ଏବେ ସଂକ୍ରମଣ ମଧ୍ୟ କମିବା ଆରମ୍ଭ କରିଛି । ଭୀମସାର ଅଧୀକ୍ଷକ ଏହି ସୂଚନା ଦେଇଛନ୍ତି ।
ଗତକାଲି ଶିଶୁ କନ୍ୟାର ଆଭ୍ୟନ୍ତରୀଣ ରକ୍ତସ୍ରାବ ହେଉଥିବା ସୂଚନା ରହିଥିଲା । ବିଭିନ୍ନ ସ୍ଥାନରେ ଘା’ ଯୋଗୁଁ ସଂକ୍ରମଣ ବଢ଼ିଥିବା କହିଥିଲେ ଡାକ୍ତର । କିନ୍ତୁ ଆଜି ଶିଶୁଟି ସୁସ୍ଥ ହେଉଥିବା ଖବର ସମସ୍ତଙ୍କୁ ଆଶ୍ୱସ୍ତି ଦେଇଛି । ତିନି ଦିନ ତଳେ ୨୦ ଫୁଟ୍ ବୋରୱେଲ ଭିତରକୁ ଖସିପଡ଼ିଥିଲା ନବଜାତ ଶିଶୁ । କିଏ ଓ କାହିଁକି ପିଲାଟିକୁ ପକାଇଥିବା ତାର କାରଣ ଜଣାପଡ଼ିନଥିବା ବେଳେ ଏହାର ତଦନ୍ତ କରୁଛି ପୋଲିସ ।