ଦିଦି ବସିଛନ୍ତି ଧାରଣାରେ: ବାହାରେ ବୁଲୁଛନ୍ତି ପିଲା, ଅଙ୍ଗନୱାଡି କେନ୍ଦ୍ରରେ ଝୁଲୁଛି ତାଲା

473

କନକ ବ୍ୟୁରୋ: ଦିଦି ବସିଛନ୍ତି ଧାରଣାରେ । ପିଲା ଖେଳୁଛନ୍ତି ଘରେ । କିଛି ଦିନ ହେଲା ଅଙ୍ଗନୱାଡି କର୍ମୀଙ୍କ ଧାରଣା ଜାରି ରହିଛି । ଯାହାଫଳରେ ବନ୍ଦ ପଡିଛି ଅଙ୍ଗନୱାଡି କେନ୍ଦ୍ର । ମହିଳା ଓ ଶିଶୁଙ୍କ ପାଇଁ ମିଳୁଥିବା ସମସ୍ତ ସୁବିଧାରୁ ବଂଚିତ ରହିଛନ୍ତି ସେମାନେ । ବିଭିନ୍ନ ଗାଁ ଗୁଡିକରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସେହିଭଳି ନିଆଳି ଅଂଚଳର ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ଝୁଲୁଛି ତାଲା । ମହିଳା ଶିଶୁଙ୍କ ସମସ୍ତ ସୁବିଧା ବି ବନ୍ଦ ରହିଛି । ସରକାର ଯେପର୍ଯ୍ୟନ୍ତ ସମସ୍ତ ଦାବି ନମାନିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଜିଦ୍ରେ ବସିଛନ୍ତି କର୍ମୀ ମାନେ । ସେପଟେ ଘଟଣା ଉପରେ ଗୁରୁତ୍ୱ ଦେଇ ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି ।