କନକ ବ୍ୟୁରୋ: ବିଦ୍ୟାଳୟରେ ଅବ୍ୟବସ୍ଥା । ଅସୁବିଧା ଭୋଗୁଛନ୍ତି ଛାତ୍ର ଛାତ୍ରୀ ମାନେ । ଡହ ଡହ ଖରାରେ ବସି ଖାଉଛନ୍ତି ମଧ୍ୟାହ୍ନଭୋଜନ । ସରକାର ବିଦ୍ୟାଳୟ ଗୁଡିକରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭିନ୍ନ ୫-ଟି ସ୍ୁଲ ଗୁଡିକରେ ସମସ୍ୟା ଯେମିତି ପିଛା ଛାଡୁନି । ଏଇ ଯେମିତି ମୋହନା ଚନ୍ଦ୍ରଗିରି ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା । । ପିଲାଙ୍କ ପାଠ ପଢା ତ ଦୂର କଥା ଏକାଠି ବସି ମଧ୍ୟାହ୍ନଭୋଜନ କରିବାକୁ ଜାଗା ଟିକେ ବି ନାର୍ହି । ପିଲାଏ ବାଧ୍ୟ ହୋଇ ଖୋଲା ଆକାଶତଳେ ଖରାରେ ବସି ଶଖୁଛନ୍ତି ଖାଦ୍ୟ । ବିଦ୍ୟାଳୟର ପ୍ରାୟ ୩ଶହରୁ ଅଧିକ ପିଲା ପାଠ ପଢୁଛନ୍ତି । ହେଲେ ବିଭି୍ନ ସମସ୍ରା ଭିତରୁ ଏହି ସମସ୍ୟା କେବେଠାରୁ ଲାଗି ରହିଛି । ବହୁବାର ସମସ୍ୟା ନଇ ଜଣାଯାଇଛି । ହେଲେ କୌଣସି ପ୍ରକାରର ସମାଧନ ହୋଇପାରିନି । ଏବେ ବି ପିଲାମାନେ ଡହ ଡହ ଖରାରେ ବାହାରେ ବସି ମଧ୍ୟାହ୍ନ ଭୋଜନ ଖାଉଥିବାର ଦେଖିବାକୁ ମିଳିଛି । କେବଳ ଖରା ନୁହେଁ ବର୍ଷା ଦିନରେ ବି ଅବସ୍ଥା ଆହୁରି ଦୟନୀୟ ହୋଇପଡୁଥିବା କୁହନ୍ତି ପିଲା ମାନେ ।