ଯାତ୍ରା ପେଣ୍ଡାଲରେ ଆଇଟମ ଗାର୍ଲ ମନା: ନିଶା ମହାରଣାଙ୍କ ବଦଳରେ ଓଲିଉଡ ଅଭିନେତ୍ରୀଙ୍କୁ ସୁଯୋଗ

224

କନକ ବ୍ୟୁରୋ: ଯାତ୍ରା ପେଣ୍ଡାଲରେ ଆଇଟମ ଗାର୍ଲ ନାଚିବା ବିରୋଧରେ ସ୍ୱର ଉଠାଇଛନ୍ତି ଯାତ୍ରା କଳାକାର । ପଟ୍ଟାମୁଣ୍ଡାଇର ପୋହଳରେ ଚାଲିଥିବା ରାଜଧାନୀ ଅପେରା ସମୟରେ ଘଟିଛି ଏଭଳି ପ୍ରତିବାଦ । ଅପେରାରେ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କୁ ଡ୍ୟାନସ ପାଇଁ ଯାତ୍ରା ପରିଚାଳନା କମିଟି ନିମନ୍ତ୍ରଣ ଦେଇଥିଲେ । ହେଲେ ଏହାକୁ ବିରୋଧ କରିଥିଲେ ସେହି ପାର୍ଟିରେ କାମ କରୁଥିବା ଯାତ୍ରା ଜଗତର ହାସ୍ୟ ଅଭିନେତା ଦୟା । ଦୟାଙ୍କଙ୍କ ସମେତ ଅନ୍ୟ କିଛି କଳାକାର ମଧ୍ୟ ବିରୋଧ କରିଥିଲେ । ଆଇଟମ ଗାର୍ଲ ନାଚିଲେ ସେମାନେ ଅଭିନୟ କରିବେ ନାହିଁ ବୋଲି ଜିଦ ଧରିଥିଲେ । ଫଳରେ ଆଇଟମ ଗାର୍ଲଙ୍କ ନାଚିବା କାର୍ଯ୍ୟକ୍ରମ ରଦ୍ଦ ହୋଇଥିଲା ।

ଏପଟେ ଯାତ୍ରା କଳାକାରଙ୍କ ଏଭଳି ପ୍ରତିବାଦକୁ ଗ୍ରହଣ କରିପାରିନାହାଁନ୍ତି ଯାତ୍ରା ଅଭିନେତ୍ରୀ ତଥା ଡ୍ୟାନ୍ସସର ନିଶା ମହାରଣା । ଜାଣଶୁଣି ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରଯାଉଥିବ ନିଶା ଅଭିଯୋଗ କରିଛନ୍ତି । ସେହିପରି ନିର୍ଦ୍ଦିଷ୍ଟ ଭାବେ ଆଇଟମ୍ ଗାର୍ଲଙ୍କୁ ବିରୋଧ କରିବାକୁ ନାପସନ୍ଦ କରିଛନ୍ତି ରାଣୀ ପ୍ରିୟଦର୍ଶିନୀ ।

ପଟ୍ଟାମୁଣ୍ଡା ପୋହଳରେ ସୃଷ୍ଟି ହୋଇଥିବା ବିବାଦ ପରେ ନିଶା ମହାରଣାଙ୍କ ଚକ୍ତିକୁ ବାତିଲ କରି ଦେଇଛି ଯାତ୍ରା ପରିଚାଳନା କମିଟି । ଆଉ ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ ଓଲିଉଡ ଅଭିନେତ୍ରୀଙ୍କୁ ମଂଚକୁ ଆଣିବାକୁ ଘୋଷଣା କରାଯାଇଛି । ତେବେ ବଡ କଥା ହେଲା, ଯାତ୍ରା ଏକ ମନୋରଞ୍ଜନ ସ୍ଥଳ । ଯାତ୍ରା ଦେଖିବାକୁ ସବୁବର୍ଗର ଲୋକ ଆସିଥାନ୍ତି । ପ୍ରଶ୍ନ ହେଉଛି

-ହଠାତ ଆଇଟମ ଡ୍ୟାନସରଙ୍କୁ ବିରୋଧ କାହିଁକି?
-ଆୟୋଜନ କମିଟି ଡ୍ୟାନ୍ସର ଆଣିବାକୁ ଚାହୁଁଥିବାବେଳେ କାହିଁକି ବିରୋଧ କରୁଛନ୍ତି କଳାକାର?
– ଆଇଟମ ଡ୍ୟାନ୍ସ ନ ରଖିଲେ ଟଙ୍କା ଖର୍ଚ୍ଚ କରି ଦର୍ଶକ ଦେଖିବେ ତ?
-ଅଶ୍ଲୀଳତା ଉପରେ ସରକାର ବ୍ୟାନ ଲଗାଇଛନ୍ତି, ଡ୍ୟାନସକୁ ବିରୋଧ କାହିିଁକି?