ବନ୍ୟା କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଭୁବନେଶ୍ୱରରେ ପଂହଚିଲା କେନ୍ଦ୍ରୀୟ ଟିମ୍ : ଦୁଇଦିନରେ ବୁଲିବେ ୪ ଜିଲ୍ଲା; ଗୃହବିଭାଗ ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଆସିଛି ଟିମ୍

172
କନକ ବ୍ୟୁରୋ : ରାଜ୍ୟର ୪ ଜିଲ୍ଲାର ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆଜି ଭୁବନେଶ୍ୱରରେ ପଂହଚିଛି କେନ୍ଦ୍ରୀୟ ଟିମ । ଦୁଇଦିନିଆ ଗସ୍ତରେ ଆସିଥିବା ଏହି ଟିମ ଯାଜପୁର, କେନ୍ଦ୍ରାପଡା , ଭଦ୍ରକ ଓ ପୁରୀ ଗସ୍ତକରି କ୍ଷୟକ୍ଷତି ଦେଖିବେ । ଗୃହ ବିଭାଗର ଯୁଗ୍ମ ସଚିବ  ପ୍ରବୀଣ ବଶିଷ୍ଟଙ୍କ ନେତୃତ୍ୱରେ ଏହି କେନ୍ଦ୍ରୀୟଟିମ ଆସିଛି । ଏହି ଟମରେ କୃଷି. ଜଳସମ୍ପଦ, ସଡକ ପରିବହନ, ଗ୍ରାମ୍ୟ ଉନ୍ନୟନ ଓ ଅର୍ଥ ମନ୍ତ୍ରଣାଳୟର ସଦସ୍ୟ ଅଛନ୍ତି ।
୪ ଜିଲ୍ଲା ଗସ୍ତ କରିବା ପରେ ଏହି ଟିମ ୧୭ ତାରିଖ ଅପରାହ୍ନରେ  ଭୁବନେଶ୍ୱର ଫେରିବ । ଏହାପରେ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ କରିବେ  । ଗୁରୁବାର ସନ୍ଧ୍ୟାରେ ଏହି ଟିମ ଦିଲ୍ଲୀ ଦିଲ୍ଲୀ ଫେରିଯିବେ ।