ନବଜାତ ଶିଶୁ କାନ୍ଦୁଥିବା ଦେଖି ଉଠାଇ ନେଲା ବିଲେଇ ! ତା’ପରେ ଯାହା ଘଟିଲା ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

46

ନବଜାତ ଶିଶୁ କାନ୍ଦୁଥିବାର ଦେଖି ଗୋଟେ ବିଲେଇ ଶିଶୁକୁ ଘରୁ ଉଠାଇ ଏକ ବନ୍ଦ ଥିବା ରୁମ୍ ଭିତରକୁ ଚାଲିଯାଇଥିଲା । ଏହା ଦେଖି ଶିଶୁର ଦାଦା ଭୟଭିତ ହୋଇଯାଇଥିଲେ ଏବଂ ବିଲେଇ ଶିଶୁକୁ କ୍ଷତି ପହଞ୍ଚାଇ ସନ୍ଦେହ କରି ୩ ମହଲା ଛାତରୁ ତଳକୁ ଡେଇଁ ପଡିଥିଲେ । ଯାହା ଫଳରେ ଯୁବକ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି । କିନ୍ତୁ ବଲେଇ ଶିଶୁକୁ କୌଣସି କ୍ଷତି ପହଞ୍ଚାଇ ନାହିଁ ।

ସୂଚନା ଅନାଯାୟୀ, ଘଟଣାଟି ବୁଧବାର ଦିନ ପ୍ରାୟ ସକାଳ ୬ଟାରେ ଘଟିଥିଲା । ସହରର ହାଲୁ ବଜାର ସୁନାର ନାମକ ଏକ ଗଳିରେ ଏହି ପରିବାର ବାସ କରନ୍ତି । ତେବେ ଶିଶୁର ଜେଜେ ବାପା ସନ୍ତୋଷଙ୍କ କହିବା ଅନୁସାରେ ତାଙ୍କ ପୁଅ ନବୀନ କୁମାରଙ୍କ ଗତ ଏକମାସ ପୂର୍ବେ ହିଁ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ଶିଶୁ ପୁତ୍ରର ନାମ ପରିବାର ଲୋକେ ନିତେଶ ରଖିଛନ୍ତି । ତେବେ ଗତ ବୁଧରବାର ଦିନ ପ୍ରାୟ ସକାଳ ୬ଟାରେ ନିତେଶର ମା’ ପୁଅକୁ ଛାଡି ବାଥରୁମ ଯାଇଥିଲେ । ପୁଅର ନିଦ ଭାଙ୍ଗିଥିଲା ଏବଂ ସେ ତା ମା’ଙ୍କୁ ପାଖରେ ନପାଇ କାନ୍ଦିବାକୁ ଲାଗିଥିଲା । ଠିକ ସେହି ସମୟରେ ଗୋଟେ ବିଲେଇ ଶିଶୁକୁ କାନ୍ଦୁଥିବାର ଦେଖି ଘରୁ ଉଠାଇ ନେଇଥିଲା ଏବଂ ପଡୋଶିଙ୍କ ଘରେ ବନ୍ଦ ଥିବା ଏକ ରୁମ ଭିତରକୁ ପସିଯାଇଥିଲା ।

ବିଲେଇ ଶିଶୁକୁ ନେଇଯିବା ପରେ ଘର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ । ନିକଟରେ ଶିଶୁର ଦାଦା ୨୬ ବର୍ଷିୟ ହେମନ୍ତ ବିଲେଇ ଏବଂ ଶିଶୁକୁ ସେହି ବନ୍ଦ ଥିବା ରୁମ ଭିତରେ ଦେଖିବାକୁ ପାଇଥିଲେ । କୁନି ଛୁଆଟି କାନ୍ଦୁଥିଲା ଏବଂ ବିଲେଇ ତା ନିକଟରେ ବସିରହିଥିଲା । ଏହା ଦେଖି ହେମନ୍ତଙ୍କ ମନଙ୍କ ମନରେ ସନ୍ଦେହ ଜାତ ହୋଇଥିଲା ଏବଂ ବିଲେଇ କବଳରୁ ଶିଶୁକୁ ରକ୍ଷା କରିବା ପାଇଁ ହେମନ୍ତ ତିନି ମହଲା ଉପରୁ ତଳକୁ ଡେଇଁପଡିଥିଲେ । ଯାହାଫଳରେ ସେ ଗୁରୁତର ଅବସ୍ଥାରେ ଆହତ ହୋଇଛନ୍ତି । ପରେ ଶିଶୁକୁ ପରିଜନ ଲୋକେ ସେହି ବନ୍ଦ ରୁମରୁ ସୁରକ୍ଷିତ ଭାବେ ବାହାର କରି ଆଣିଥିଲେ । ତେବେ ଘର ଲୋକଙ୍କ କହିବା ଅନୁସାରେ ବିଲେ ଶିଶୁକୁ କୌଣସି ପ୍ରକାର କ୍ଷତି ପହଞ୍ଚାଇ ନାହିଁ ।