ଲଗାଣ ବର୍ଷାରେ ପୁଣି ବେହାଲ ହେଲା ରାଜଧାନୀ । ଇସ୍କନ ସାମ୍ନାରେ ବୁଡିଲା କାର୍, ସ୍କୁଟି ।

206

କନକ ବ୍ୟୁରୋ: ଲଗାମ ବର୍ଷାରେ ପୁଣି ବେହାଲ ହୋଇଛି ରାଜଧାନୀ । ରାଜରାସ୍ତା ଉପରେ ଜମିଛି ପାଣି । ରବିବାର ଲଗାଣ ବର୍ଷା ପରେ ଭୁବନେଶ୍ୱର ଇସ୍କନ ମନ୍ଦିର ସାମ୍ନାରେ ପୁଣି ଦେଖିବାକୁ ମିଳିଛି ସେହି ଅଭାବନୀୟ ଚିତ୍ର । ପାଣି ଭିତରେ ପୁଣି ବୁଡିଛି ସ୍କୁଟି ଏବଂ କାର । ଆଜି ବର୍ଷା ପରେ ରାଜଧାନୀର ବିଭିନ୍ନା ସ୍ଥାନରେ ବନ୍ୟାର ଭ୍ରମ ସୃଷ୍ଟି ହୋଇଛି । ଅନେକ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ଯାଗା ଫଳରେ ଯାତାୟତ କରିବାକୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରାସ୍ତା ଉପରେ ଥିବା ଯାନବାହନ ପାଣି ଭିତରେ ଫସି ରହିଥିବା ଦେଖିବାକୁ ମିଳିଛି । ଇସ୍କନ ମନ୍ଦିର ସାମ୍ନାରେ କାର ଓ ସ୍କୁଟି ପାଣି ଭିତରେ ଭାସୁଥିବାର ଦେଖିବାକୁ ମିଳିଛି । ଏହାପୂର୍ବରୁ ମଧ୍ୟ ଅନେକ ଥର ରାଜଧାନୀରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଅସରାଏ ବର୍ଷା ହେଲେ ଇସ୍କନ ମନ୍ଦିର ପରିସରରେ ପାଣି ଜମୁଛି । ଆଉ ଲୋକଙ୍କ ଗାଡିମୋଟର ପାଣିରେ ବୁଡୁଛି । ଯାହାର ସ୍ଥାୟୀ ପ୍ରତିକାର କରିବାକୁ ଏବେ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।