କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଥିବା ବେଳେ ଭୋଟ ପାଇଁ ଭିନ୍ନ ଭିନ୍ନ ପନ୍ଥା ଆପଣାଉଛନ୍ତି ପ୍ରାର୍ଥୀ । ଏହାରି ଭିତରେ ସଭାମଂଚ ଉପରୁ ଭୋଟରଙ୍କୁ ଆଣ୍ଠେଇ ମୁଣ୍ଡିଆ ମାରି ଚର୍ଚ୍ଚାକୁ ଆସିଛନ୍ତି ଜଗତସିଂହପୁର ଜିଲ୍ଲାର ବିଜେଡି ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଓ ତିର୍ତୋଲ ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ । ସ୍ଥାନୀୟ ରଘୁନାଥପୁର ବ୍ଳକ ମାଘମେଳା ପଡିଆରେ ଅନୁଷ୍ଠିତ ସଭାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ମଂଚକୁ ଉଠିବା ପରେ ଉଭୟ ପ୍ରାର୍ଥୀ ଆଣ୍ଠେଇ ଭୋଟ ମାଗୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।
ଭୋଟ ପାଇଁ ପ୍ରାର୍ଥୀଙ୍କ ନିଆରା ଉଦ୍ୟମ । ସଭାମଞ୍ଚରୁ ଆଣ୍ଠେଇ ମୁଣ୍ଡିଆ ମାରିଲେ ଜଗତସିଂହପୁର ବିଜେଡି ସାଂସଦ ପ୍ରାର୍ଥୀ ।
/kanak/media/post_attachments/wp-content/uploads/2024/04/2-45.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)