କନକ ବ୍ୟୁରୋ: କାମାକ୍ଷାନଗରରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଗୁଳିମାଡ଼ରେ ବ୍ୟବସାୟୀ ନିରାକାର ସାହୁଙ୍କ ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ କାମାକ୍ଷାନଗର ଥାନା ଆଳତୁମା ମାଳବନ୍ଧ ନିକଟରେ ଘଟିଛି ଏହି ଗୁଳିମାଡ଼ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ କରାଯାଇଥିବା ଜଣାଯାଇଛି । କାମାକ୍ଷାନଗର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ୨୦୨୧ ମସିହା ବାରୁଆଁ ସମିିତିସଭ୍ୟ ଦୀପକ ମାହୁନ୍ତ ହତ୍ୟାକାଣ୍ଡରେ ନିରାକାର ସାହୁ ସଂପୃକ୍ତି ଥିବା ସାମ୍ନାକୁ ଆସିଥିଲା । ଏହି ଘଟଣାକୁ ନେଇ ତାଙ୍କୁ ଗୁଳିମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି ।