କନକ ବ୍ୟୁରୋ: କାମାକ୍ଷାନଗରରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଗୁଳିମାଡ଼ରେ ବ୍ୟବସାୟୀ ନିରାକାର ସାହୁଙ୍କ ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ କାମାକ୍ଷାନଗର ଥାନା ଆଳତୁମା ମାଳବନ୍ଧ ନିକଟରେ ଘଟିଛି ଏହି ଗୁଳିମାଡ଼ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ କରାଯାଇଥିବା ଜଣାଯାଇଛି । କାମାକ୍ଷାନଗର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ୨୦୨୧ ମସିହା ବାରୁଆଁ ସମିିତିସଭ୍ୟ ଦୀପକ ମାହୁନ୍ତ ହତ୍ୟାକାଣ୍ଡରେ ନିରାକାର ସାହୁ ସଂପୃକ୍ତି ଥିବା ସାମ୍ନାକୁ ଆସିଥିଲା । ଏହି ଘଟଣାକୁ ନେଇ ତାଙ୍କୁ ଗୁଳିମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି ।
କାମାକ୍ଷାନଗରରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଗୁଳିମାଡ଼ରେ ବ୍ୟବସାୟୀ ନିରାକାର ସାହୁଙ୍କ ମୃତ୍ୟୁ
/kanak/media/post_attachments/wp-content/uploads/2023/09/6-36.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)