କନକ ବ୍ୟୁରୋ : ଆନ୍ଧ୍ରରେ ଓଡିଆ ଶ୍ରମିକଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ । ଆନ୍ଧ୍ର ଶ୍ରୀକାକୁଲମ ପାଇଡିଭୀମାବରମ୍ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଟ୍ରକ ସହ ଶ୍ରମିକ ବୋଝେଇ ବସ୍ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୩୮ ଓଡିଆ ଶ୍ରମିକ ଆହତ ହୋଇଛନ୍ତି । ଆହତଙ୍କୁ ପାଇଡିଭୀମାବରମ୍ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ସୂଚନା ମିଳିଛି । ତେବେ ଗଞ୍ଜାମ ଜିଲ୍ଲାରୁ ଶ୍ରମିକମାନେ କେରଳ ଯାଉଥିଲେ ।
ଆନ୍ଧ୍ରରେ ଦୁର୍ଘଟଣାଗ୍ରସ୍ତ ହେଲା ଓଡିଆ ଶ୍ରମିକଙ୍କ ବସ : ଦୁର୍ଘଟଣାରେ ୩୮ ଓଡିଆ ଶ୍ରମିକ ଆହତ
/kanak/media/post_attachments/wp-content/uploads/2022/02/22-27.jpg)