କଟକ ପାଲାମଣ୍ଡପ ସ୍ଥିତ ପୁରୀ ବସଷ୍ଟାଣ୍ଡରେ ଥିବା ବସରେ ଲାଗିଲା ନିଆଁ : ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା ଜାରି

କୌଣସି ଯାତ୍ରୀ ନଥିବା ସୂଚନା, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

104

କନକ ବ୍ୟୁରୋ : କଟକ ବାଦାମବାଡ଼ିରେ ଜଳିଗଲା ଯାତ୍ରୀବାହୀ ବସ୍ । ପାଲାମଣ୍ଡପ ପୁରୀ ବସ୍ତଷ୍ଟାଣ୍ଡରେ ଛିଡ଼ା ହୋଇଥିବା ବସରେ ନିଆଁ । ଅଗ୍ନିକାଣ୍ଡ ସମୟରେ ବସ୍ ଭିତରେ କୌଣସି ଯାତ୍ରୀ ନଥିବା ସୂଚନା ରହିଛି । ପାଖରେ ଛିଡ଼ା ହୋଇଥିବା ଆଉ ଏକ ବସ୍ ମଧ୍ୟ ଅଧା ଜଳି ଯାଇଛି । ଅଗ୍ନିଶମ କର୍ମଚାରୀ, ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ନିଆଁକୁ ଆୟତ କରାଯାଉଛି । ବସରେ କେମିତି ନିଆଁ ଲାଗିଲା ଏପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ରହିଛି ।

ସୂଚନାଯୋଗ୍ୟ, ମାଷ୍ଟରକ୍ୟାଣ୍ଟିନ ବସଷ୍ଟାଣ୍ତରେ ଥିବା ଶ୍ରୀମନ୍ଦିର ନାମକ ଏକ ଘରୋଇ ବସରେ ହଠାତ ନିଆଁ ଲାଗିଯିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଓ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ବାଦାମବାଡ଼ି ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଥିବା ଜଣା ପଡ଼ିଛି। ହେଲେ କେଉଁ କାରଣ ଯୋଗୁଁ ବସ୍‌ଟିରେ ନିଆଁ ଲାଗିଥିଲା ତାହା ଜଣା ପଡ଼ିନାହିଁ ।