କନକ ବ୍ୟୁରୋ : କଟକ ବାଦାମବାଡ଼ିରେ ଜଳିଗଲା ଯାତ୍ରୀବାହୀ ବସ୍ । ପାଲାମଣ୍ଡପ ପୁରୀ ବସ୍ତଷ୍ଟାଣ୍ଡରେ ଛିଡ଼ା ହୋଇଥିବା ବସରେ ନିଆଁ । ଅଗ୍ନିକାଣ୍ଡ ସମୟରେ ବସ୍ ଭିତରେ କୌଣସି ଯାତ୍ରୀ ନଥିବା ସୂଚନା ରହିଛି । ପାଖରେ ଛିଡ଼ା ହୋଇଥିବା ଆଉ ଏକ ବସ୍ ମଧ୍ୟ ଅଧା ଜଳି ଯାଇଛି । ଅଗ୍ନିଶମ କର୍ମଚାରୀ, ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ନିଆଁକୁ ଆୟତ କରାଯାଉଛି । ବସରେ କେମିତି ନିଆଁ ଲାଗିଲା ଏପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ରହିଛି ।
ସୂଚନାଯୋଗ୍ୟ, ମାଷ୍ଟରକ୍ୟାଣ୍ଟିନ ବସଷ୍ଟାଣ୍ତରେ ଥିବା ଶ୍ରୀମନ୍ଦିର ନାମକ ଏକ ଘରୋଇ ବସରେ ହଠାତ ନିଆଁ ଲାଗିଯିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଓ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ବାଦାମବାଡ଼ି ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଥିବା ଜଣା ପଡ଼ିଛି। ହେଲେ କେଉଁ କାରଣ ଯୋଗୁଁ ବସ୍ଟିରେ ନିଆଁ ଲାଗିଥିଲା ତାହା ଜଣା ପଡ଼ିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/38-7.jpg)
/kanak/media/post_attachments/wp-content/uploads/2020/11/WhatsApp-Image-2020-11-26-at-12.42.03-PM-e1606376662590-614x430.jpeg)