ନଦୀରେ ଭାସିଗଲା ଯବାନଙ୍କୁ ନେଇ ଯାଉଥିବା ବସ୍ । ନକସଲ ଅପରେସନ ସାରି କ୍ୟାମ୍ପକୁ ଫେରୁଥିବା ସମୟରେ ମାଲକାନଗିରି ସୀମାନ୍ତ ବିଜାପୁରରେ ଅଘଟଣ : ଅଳ୍ପକେ ବଂଚିଗଲେ ୩୦ ଯବାନ

533

କନକ ବ୍ୟୁରୋ : ନଦୀରେ ଭାସିଗଲା ଯବାନଙ୍କୁ ନେଇ ଯାଉଥିବା ବସ । ନକସଲ ଅପରେସନ ସାରି କ୍ୟାମ୍ପକୁ ଫେରୁଥିବା ସମୟରେ ଏଭଳି ଅଘଟଣ ଘଟିଛି । ମାଲକାନଗିରି ସୀମାନ୍ତ ବିଜାପୁରରୁ ଆସିଛି ଏହି ଖବର । ସୂଚନା ଅନୁଯାୟୀ ଛତିଶଗଡ ଡିଆରଜିର ଯବାନମାନେ ଗତ ତିନି ଦିନ ହେଲା ବିଜାପୁର ଜିଲ୍ଲା ଉରେପାଲ ଓ ମିରତୁଲ ଜଙ୍ଗଲକୁ କମ୍ବିଂ ଅପରେସନରେ ଯାଇଥିଲେ ।

ଫେରିବା ବାଟରେ ମିରତୁର ନଦୀ ଉପରେ ୩ ରୁ ୪ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଥିଲା । ଏହି ବାଟ ଦେଇ ଆସୁଥିବାବେଳେ ଭାରସାମ୍ୟ ହରାଇ ବସଟି ଖସି ପଡିଥିଲା ।