୨୦୨୧-୨୨ରେ ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କଲା ଅର୍ଥ ସବ୍ କମିଟି । ପଢ଼ନ୍ତୁ କେଉଁ କେଉଁ କ୍ଷେତ୍ର ପାଇଁ ହେଲା ସ୍ୱତନ୍ତ୍ର ବ୍ୟୟବରାଦ ।

158

କନକ ବ୍ୟୁରୋ: ଶ୍ରୀମନ୍ଦିରର ୨୦୨୧ – ୨୦୨୨ ବର୍ଷର ଆର୍ଥିକ ବର୍ଷ ପାଇଁ ୨୦୨ କୋଟି ଟଙ୍କା ବଜେଟ ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ଅର୍ଥ ସବ କମିଟି ଏହି ବଜେଟ ପ୍ରସ୍ତୁତ କରିଛି, ଯାହା ଆଗାମୀ ପରିଚାଳନା କମିଟିରେ ହେବ ଅନୁମୋଦିତ ହେବ । ରଥ ପାଇଁ ୧୧ କୋଟି ବ୍ୟୟ ବରାଦ ହୋଇଥିବା ବେଳେ ସେବାୟତ ଚିକିତ୍ସା ଓ ସୁରକ୍ଷା ପାଇଁ ୫୦ ଲକ୍ଷ ଟଙ୍କା ଅନୁମୋଦିତ ହୋଇଛି ।

ତେବେ ସେବାୟତଙ୍କ ସହାୟତା ପାଇଁ ୫ କୋଟି ଟଙ୍କା ଏବଂ ଗୁରୁକୁଳ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ବ୍ୟୟ ବରାଦ ହୋଇଛି । ୨ଟା ଧର୍ମଶାଳ କାମ ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଏକ ନୂଆ ଭକ୍ତ ନିବାସ ପ୍ରତିଷ୍ଠା କରାଯିବ । ଖଣି ଖାଦନରୁ ୧୦ କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ କରାଯିବ । ଭକ୍ତଙ୍କ ଦାନ ଅର୍ଥ ବଢ଼େଇବା ପାଇଁ ବ୍ୟବସ୍ଥା କରାଯାଇଛି ।