ଶ୍ରଦ୍ଧାଳୁଙ୍କୁ କେବେ ମିଳିବ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ? ୪ ସପ୍ତାହ ପରେ ନିଆଯିବ ନିଷ୍ପତି: ବଡଦେଉଳ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୧୫୪ କୋଟିର ବଜେଟ୍

109

କନକ ବ୍ୟୁରୋ: ଆଜି ପୁରୀରେ ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା ବୈଠକ ବସିଥିଲା । ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଛି । ବ୍ୟୟ ଅପେକ୍ଷା ଶ୍ରୀମନ୍ଦିର ଆୟ କମିଯାଇଛି । ଆୟ ବଢାଇବା ପାଇଁ ଅନଲାଇନରେ ଡୋନେସନ ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ପାଇଁ ୧୫୪ କୋଟି ବଜେଟ ରହିଛି । ୪ ସପ୍ତାହ ପରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସନ ।

ଏନେଇ ୩ଟି କମିଟି ଗଠନ କରାଯାଇଛି । ଭକ୍ତଙ୍କୁ କେବେ କେମିତି ଦର୍ଶନ ପାଇଁ ଛଡାଯିବ ସେ ନେଇ କମିଟି ନିଷ୍ପତି ନେବ । ମନ୍ଦିର ଖୋଲିବା ନେଇ ବୈଠକରେ ସକାରାତ୍ମକ ଆଲେଚନା ହୋଇଛି । ନାଗାର୍ଜୁନ ବେଶ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Comments are closed.