କନକ ବ୍ୟୁରୋ: ଆଜି ପୁରୀରେ ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା ବୈଠକ ବସିଥିଲା । ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଛି । ବ୍ୟୟ ଅପେକ୍ଷା ଶ୍ରୀମନ୍ଦିର ଆୟ କମିଯାଇଛି । ଆୟ ବଢାଇବା ପାଇଁ ଅନଲାଇନରେ ଡୋନେସନ ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ପାଇଁ ୧୫୪ କୋଟି ବଜେଟ ରହିଛି । ୪ ସପ୍ତାହ ପରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସନ ।
ଏନେଇ ୩ଟି କମିଟି ଗଠନ କରାଯାଇଛି । ଭକ୍ତଙ୍କୁ କେବେ କେମିତି ଦର୍ଶନ ପାଇଁ ଛଡାଯିବ ସେ ନେଇ କମିଟି ନିଷ୍ପତି ନେବ । ମନ୍ଦିର ଖୋଲିବା ନେଇ ବୈଠକରେ ସକାରାତ୍ମକ ଆଲେଚନା ହୋଇଛି । ନାଗାର୍ଜୁନ ବେଶ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/2-25.jpg)