କନକ ବ୍ୟୁରୋ: ସୁବର୍ଣ୍ଣରେଖା ନଦୀରେ ନିର୍ମାଣ ହେବ ଦୁଇଟି ହାଇଲେଭେଲ ବ୍ରିଜ । ଦୂର ହେବ ଦୀର୍ଘ ଦିନର ସମସ୍ୟା । ଆଉ ତା ସହିତ ପୂରଣ ହେବ ଦେଢ ଲକ୍ଷ ଲୋକଙ୍କ ସ୍ୱପ୍ନ । ଏହି ଦୁଇ ଦୁଇଟି ପୋଲର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଲୋକଙ୍କ ମନାର ଦୀର୍ଘ ଦିନର ଆଶା ରହିଥିଲା । ଜୀବନକୁ ବାଜି ଲଗାଇ ଆଉ ବିପଦପୂର୍ଣ୍ଣ ନୌକା ଯାତ୍ରା କରିବାକୁ ପଡିବନାହିଁ କି ବିପଦପୁର୍ଣ୍ଣ ଭାବେ କାଠ ପୋଲ ଉପରେ ଯିବେନି ଲୋକମାନେ । ସୁବର୍ଣ୍ଣରେଖା ନଦୀର ମକରମପୁର ଏବଂ ଚୋରମାରା ଠାରେ ହେବାକୁ ଯାଉଛି ନୂତନ ହାଇଲେଭେଲ ବ୍ରିଜ୍ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଅଞ୍ଚଳର ୭ ପଞ୍ଚାୟତରୁ ପାଖାପାଖି ୭୦ଟି ଗାଁ ସୁବର୍ଣ୍ଣରେଖା ନଦୀର ଆରପଟେ ରହିଛି ।

Advertisment

ତେବେ ଲୋକଙ୍କ ନିତିଦିନିଆ କାମ ପାଇଁ ଏହି ନଦୀ ପାର ହୋଇଯିବାକୁ ପଡୁଛି । ଏପରିକି ବର୍ଷା ହେଲେ ଗାଁର ଲୋକଙ୍କ ଯିବାଆସିବା ସମ୍ପୂର୍ଣ୍ଣର୍ ବନ୍ଦ ହୋଇପଡେ କହିଲେ ଚଳେ । ଛାତ୍ରଛାତ୍ରୀଙ୍କ ଠାରୁ ନେଇ ରୋଗୀଟିଏ ହେଉ ପଛେ ଏହି ନଦୀରେ ପାର ହୋଇଯିବାକୁ ଭୟ କରୁଥିଲେ । କିଛି ସମୟରେ ଭରାପାଣିରେ ଜୀବନକୁ ପାଣି ଛଡାଇ ଯିବ ଆସିବା କରୁଥିଲେ । ବର୍ଷା ଦିନରେ ଭୟଙ୍କର ଜଳରାଶିରେ ମଧ୍ୟ ଢଙ୍ଗାରେ ପାରି ହେବା ପାଇଁ ବାଧ୍ୟ ହୋଇଥାନ୍ତି ଲୋକମାନେ । ଏବେ ଦୁଇ ଦୁଇଟି ବ୍ରିଜ ହେବା ନେଇ ଲୋକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି ।