ନୀଳଗିରି ଅସ୍ତିଆ ଗାଁ ନିକଟରେ ଅଘଟଣ । କାମ ଚାଲିଥିବା ବେଳେ ଭୁଶୁଡିଲା ବ୍ରିଜ୍ ପିଲାର

ନୀଳଗିରି ଅସ୍ତିଆ ଗାଁ ନିକଟରେ ଅଘଟଣ । କାମ ଚାଲିଥିବା ବେଳେ ଭୁଶୁଡିଲା ବ୍ରିଜ୍ ପିଲାର

କନକ ବ୍ୟୁରୋ : ନିମ୍ନ ମାନର କାମ ଯୋଗୁ ଭୁଷୁଡି ପଡିଲା ନିର୍ମାଣଧୀନ ବ୍ରିଜ୍ ପିଲାର । ନୀଳଗିରି ଦେଇ ଯାଉଥିବା ସାଳନ୍ଦୀ କେନାଲ ଯୋଜନାରେ ଅସ୍ତିଆ ଗାଁ ନିକଟରେ ଚାଲିଥିଲା ବ୍ରିଜ୍ କାମ । ତେବେ ତିଆରି ଚାଲିଥିବା ବେଳେ ଭୁଷୁଡି ପଡିଲା ଏହି ବ୍ରିଜ ପିଲାର । ଗତକାଲି ଢଳେଇ ପଡିଥିବା ବେଳେ ଆଜି ଏହି ଅଘଟଣ ଘଟିଛି । ନିମ୍ନ ମାନର କାମ ଯୋଗୁ ପିଲାର ଭୁଶୁଡିଥିବା ଅଭିଯୋଗ ହୋଇଛି । ସେପଟେ କାମ କରୁଥିବା ସମୟରେ ଅଘଟଣ ଘଟିଥିବା ବେଳେ ଏଥିରୁ ଶ୍ରମିକ ମାନେ ଅଳ୍ପକେ ବର୍ତି ଯାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe