ସଙ୍ଗୀତ ଜଗତର ବିସ୍ମୟ ବାଳକ ଅର୍ପିତ: ଆଖିବୁଜି କି-ବୋର୍ଡରେ ବଜାଉଛନ୍ତି ୩୫ ଗୀତର ମ୍ୟୁଜିକ

96

କନକ ବ୍ୟୁରୋ: ସଙ୍ଗୀତ ଜଗତର ବିସ୍ମୟ ବାଳକ ଅର୍ପିତ । ଆଖି ବୁଜି କି-ବୋର୍ଡ ବଜାଇ ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିଛନ୍ତି । ୩୫ଟି ଗୀତର ମ୍ୟୁଜିକ ବଜାଇ କର୍ଣ୍ଣାଟକର ପ୍ରତିଯୋଗୀଙ୍କୁ ପଛରେ ପକାଇ ଦେଇଛନ୍ତି ଅର୍ପିତ । ଆଉ ୩ଟି ରେକର୍ଡର ଅଧିକାରି ହୋଇଛନ୍ତି ରାୟଗଡାର ଅର୍ପିତ ମହାପାତ୍ର ।

ଗୀତକୁ ସୃତି ମଧୁର କରେ ମ୍ୟୁଜିକ୍ । ସେଇ ମ୍ୟୁଜିକ୍ ଏକ ଛୋଟ ପିଲାକୁ ବହୁ ରେକର୍ଡର ଅଧିକାରୀ କରିଛି । ରାୟଗଡା ଜେକେପୁରର ଅର୍ପିତ ମହାପାତ୍ର । ନିଆରା ଢଙ୍ଗରେ, ଆଖିରେ ପଟି ବାନ୍ଧି ବଜାଉଛନ୍ତି କି-ବୋର୍ଡ । ୫୦ ମିନିଟ ୩୭ ସେକେଣ୍ଡରେ ୩୫ଟି ଗୀତରେ କି-ବୋର୍ଡ ବଜାଇ ୩ଟି ରେକର୍ଡ ହାସଲ କରିଛନ୍ତି ଅର୍ପିତ ।

ଅଗଷ୍ଟ ୨୧ରେ ଆୟୋଜିତ ପ୍ରତିଯୋଗିତାରେ କର୍ଣ୍ଣାଟକର ପ୍ରତିଯୋଗୀ ଆଖିରେ ପଟି ବାନ୍ଧି ୪୪ ମିନିଟ ୨୫ ସେକେଣ୍ଡ କି-ବୋର୍ଡ ବଜାଇଥିଲେ । ସେହି ପ୍ରତିଯୋଗୀତାରେ ଅର୍ପିତ ୫୦ ମିନିଟ ୩୭ ସେକେଣ୍ଢ ନନ୍ଷ୍ଟପ କି-ବୋର୍ଡ ବଜାଇ ଥିଲେ । ବଲିଉଡ, ଓଡିଆ ଆଧୁନିକ, ଭଜନ ଓ ଆଧ୍ୟାତ୍ମିକ ସଂଗୀତରେ ମ୍ୟୁଜିକ ଦେବାରେ ସକ୍ଷମ ହୋଇ ଆନ୍ତର୍ଜାତୀୟ ବୁକ ଅଫ୍ ରେକର୍ଡ, ଏସିଆ ବୁକ ଅଫ ରେକର୍ଡ ଓ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ।

ଅଷ୍ଟମ ଶ୍ରେଣୀର ଛାତ୍ର ଅର୍ପିତ ୨୦୧୬ରୁ କି-ବୋର୍ଡ ବଜାଇବା ନେଇ ପ୍ରଶିକ୍ଷଣ ନେଉଛନ୍ତି । ଗତ କରୋନା ସମୟରେ ସ୍କୁଲ ବନ୍ଦ ହୋଇଯିବା ପରେ ଘରେ ଅନ୍ଲାଇନ ପାଠ ପଢିବା ସହ କି-ବୋର୍ଡ ବଜାଇବାକୁ ଗୁରୁତ୍ୱ ଦେଉଛନ୍ତି । ଆଗକୁ ଗିନିସ ବୁକ ଅଫ ରେକର୍ଡରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ଅର୍ପିତ୍ ।