ସବୁ ଲୁଟିନେଲେ ଶ୍ମଶାନ ଅଘୋରୀ: ତନ୍ତ୍ର-ମନ୍ତ୍ର ମାୟାଜାଲରେ ପଡ଼ିଗଲେ ଯୁବକ, ବେତାଳ ବାହାନାରେ ଠକି ନେଲେ ଲକ୍ଷ ଲକ୍ଷ ଟଙ୍କା ।

509

କନକ ବ୍ୟୁରୋ: ଘରକୁ ବେତାଳ ପଠାଇବେ କହି ଠକିନେଲେ ୧ ଲକ୍ଷ ୨୦ ହଜାର ଟଙ୍କା । ଆଜିର ଆଧୁନିକ ଯୁଗରେ ମନ୍ତ୍ର ତନ୍ତ୍ର ନାମରେ ହୋଇଥିବା ଏହି ଠକେଇ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏଭଳି ଏକ ଘଟଣା ସାମନାକୁ ଆସିଛି ଜୟପୁରରୁ । ପୁଲିସ ତଦନ୍ତ କରି ଠକେଇ ଟଙ୍କା ଉଦ୍ଧାର କରିଛି ହେଲେ ଅଭିଯୁକ୍ତ ଭଣ୍ଡବାବା ଫେରାର ହୋଇଯାଇଛି । ଆଉ ଫେସବୁକରେ ଭଣ୍ଡ ବାବାଙ୍କ ମନ୍ତ୍ର-ତନ୍ତ୍ରରେ ବିଶ୍ୱାସ କରି ଠକାମିର ଶିକାର ହୋଇଛନ୍ତି ଗୁଜରାଟର ଯୁବକ ଜିତେନ୍ଦ୍ର କୁମାର ଧୀରଜ ଭାଇମାଲି । ଫେସବୁକର ଶଶ୍ମାନ ଅଘୋରୀ ବାବାଙ୍କ ପାଲରେ ପଡି ସେ ୧ଲକ୍ଷ ୨୦ ହଜାର ଟଙ୍କା ଠକେଇ ହୋଇଥିଲେ । ଠକାମିର ଶିକାର ହୋଇଥିବା ଜାଣିବା ପରେ ଜିତେନ୍ଦ୍ର ପୁଲିସର ଦ୍ୱାରସ୍ଥ ହୋଇଥିଲେ । ଫୋନରେ ଜୟପୁର ପୁଲିସ ସହ ଯୋଗାଯୋଗ କରିଥିଲେ ଜିତେନ୍ଦ୍ର ।

ପୁଲିସ ତଦନ୍ତ କରି ଭଣ୍ଡବାବାଙ୍କ ସଂପର୍କୀୟଙ୍କ ପାଖରୁ ଠକେଇ ଟଙ୍କା ଉଦ୍ଧାର କରି ଫେରାଇ ଦେଇଛନ୍ତି । ହେଲେ ଅଭିଯୁକ୍ତ ଭଣ୍ଡ ବାବା ଫେରାର ହୋଇଯାଇଛି । ଫେସବୁକରେ ଏକ ଶ୍ମଶାନ ଅଘୋରୀ ବାବାଙ୍କ ସଂପର୍କରେ ଆସିଥିଲେ ଗୁଜରାଟର ଜିତେନ୍ଦ୍ର । ଚାଟିଂ ଜରିଆରେ ସେ ଚାଷ କାମରେ ସଫଳତା ପାଇବାର ସମାଧାନ ପାଇଁ ବାବାଙ୍କୁ ସହାୟତା ମାଗିଥିଲେ । ଏହାପରେ ଫୋନ କରି ମନ୍ତ୍ର ତନ୍ତ୍ର ଦ୍ୱାରା ଜିତେନ୍ଦ୍ରଙ୍କ ଫସଲ ଓ ପରିବାରର ସମସ୍ୟା ଦୁର କରିଦେବେ ବୋଲି ବିଶ୍ୱାସ ଜନ୍ମାଇଥିଲେ ଅଘୋରି ବାବା । ଘରକୁ ବେତାଳ ପଠାଇ ସବୁ ଠିକ୍ କରିଦେବ ବୋଲି ଭଣ୍ଡ ବାବା ପ୍ରତିଶ୍ରୁତି ବି ଦେଇଥିଲା । ଆଉ ଘରକୁ ବେତାଳ ପଠାଇବା ପାଇଁ ଦାବି କରିଥିଲେ ୧ଲକ୍ଷ ୨୦ ହଜାର ଟଙ୍କା ।

ଅଘୋରୀ ବାବାଙ୍କ ଦାବି ମୁତାବକ ଜିତେନ୍ଦ୍ର ଏକ ଆକାଉଂଟରେ ଟଙ୍କା ଜମା କରିଥିଲେ । ଏହା ପରଠୁ ଶ୍ମଶାନ ଅଘୋରୀଙ୍କ ଫୋନ ସ୍ୱିଚ ଅଫ୍ ହୋଇଯାଇଥିଲା । କୌଣସି ଯୋଗାଯୋଗ ସମ୍ଭବ ନହେବାରୁ ଗୁଜରାଟର ଜିତେନ୍ଦ୍ର ଠକାମିର ଶିକାର ହୋଇଥିବା ଅନୁଭବ କରିଥିଲେ । ଏହାପରେ ଟଙ୍କା ଡିପୋଜିଟ୍ କରିଥିବା ଆକାଉଂଟ ନମ୍ବର ବାବଦରେ ଖୋଳତାଡ କରି ସେ ଜାଣିପାରିଥିଲେ, ଏହି ଠକେଇର ଚେର କୋରାପୁଟର ଜୟପୁରକୁ ଲମ୍ବିଛି । ଗୁଜରାଟରୁ ଧୀରଜ ଜୟପୁର ପୋଲିସ ସହ ଫୋନ ଯୋଗେ ଯୋଗାଯୋଗ କରି ସହାୟତା ମାଗିଥିଲେ, ଜୟପୁର ପୋଲିସ ଏହାର ଅନୁସନ୍ଧାନ କରି ଭଣ୍ଡବାବାଙ୍କ ସମ୍ପର୍କୀୟଙ୍କ ଠାରୁ ଠକେଇ ଟଙ୍କା ଫେରସ୍ତ ପାଇବାରେ ସମର୍ଥ ହୋଇଛି । ହେଲେ ତନ୍ତ୍ରମନ୍ତ୍ର ନାମରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଭଣ୍ଡ ବାବା ଫେରାର ହୋଇଯାଇଛି ।