କନକ ବ୍ୟୁରୋ: ମଝି ରାସ୍ତାରେ ଖାଇଲେ ନିସ୍ତୁକ ଛେଚା ଯେତେବେଳେ ପ୍ରେମ କରିବାର ନିଶା ସବୁ ସୀମା ଟପିଯାଏ, ସେତେବେଳେ ହୁଏତ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳେ । ମଝି ରାସ୍ତାରେ ମାଡ ଖାଉଥିବା ଏହି ଯୁବକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଖଇରା ଅଂଚଳର ଯୁବକ ଛତିଶ ମହାପାତ୍ର । ଏବେ ନଜର ପକାନ୍ତୁ ତାଙ୍କ କାରନାମା ଉପରେ ।
ସମ୍ବଲପୁରରେ ରହୁଥିବା ଜଣେ ବିବାହିତ ମହିଳାଙ୍କୁ ଫେସବୁକ୍ ଆଇଡିରେ ବାରମ୍ବାର ପ୍ରେମ ନିବେଦନ କରୁଥିଲେ ଏହି ଯୁବକ । ଏପରିକି ଦୀର୍ଘ ଦିନ ହେବ ତାଙ୍କୁ ମାନସିକ ନିର୍ଯ୍ୟାତନା ବି ଦେଇଆସୁଥିଲେ । ଆଉ ଯୁବକଙ୍କ ଏଭଳି କାଣ୍ଡରେ ଅତିଷ୍ଠ ହୋଇ ଶେଷରେ ଭଦ୍ରକରେ ରହୁଥିବା ନିଜ ଭାଇଙ୍କୁ ଏ ବାବଦରେ ସବୁକିଛି ଜଣାଇଥିଲେ ମହିଳା ।
ତେବେ ମହିଳାଙ୍କ ଭାଇ ବାହାନା କରି ଯୁବକଜଣଙ୍କୁ ଭଦ୍ରକ ବନ୍ତ ଛକ ନିକଟକୁ ଡାକିଥିଲେ । ଆଉ ବୁଧବାର ସନ୍ଧ୍ୟାରେ ବନ୍ତ ଛକ ନିକଟରେ ଏକ କାରରେ ଆସି ପହଂଚିଥିଲେ ଯୁବକ । ଆଉ ଇଏ ହେଉଛି, ତା ପରର ଦୃଶ୍ୟ । ହଠାତ ଯୁବକଙ୍କ ଭାଇ ଓ ତାଙ୍କର କିଛି ସମର୍ଥକମାନେ ଯୁବକଙ୍କୁ କାର ଭିତରୁ ଟାଣି ଆଣି ବିଚ୍ ରାସ୍ତାରେ ନିସ୍ତୁକ ମାଡ ମାରିଚାଲିଲେ ।
ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ଯାଇ ପହଂଚିଥିଲା ପୋଲିସ ନିକଟରେ । ଉଭୟ ପକ୍ଷରୁ ପୋଲିସ ନିକଟରେ ଏଫଆଇଆର ଦାୟର କରାଯାଇଥିବା ବେଳେ ଟାଉନ୍ ପୋଲିସ ପ୍ରେମିକ ଯୁବକ ଓ ମହିଳାଙ୍କ ସମ୍ପର୍କୀୟଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/28-30.jpg)