କନକ ବ୍ୟୁରୋ : ମେଟାଲ କଙ୍କ୍ରିଟ୍ ବ୍ୟବହାର ନକରି ଇଟାରେ ତିଆରି ହୋଇଥିଲା ପାଚେରୀ । କିନ୍ତୁ ସାମାନ୍ୟ ବର୍ଷାରେ ଏବେ ଏହା ଭାଙ୍ଗିଯାଇଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବାଉଁଶଖଣା ଗ୍ରାମରେ ୫୦ ଫୁଟରୁ ଅଧିକ ଉଚର ଏହି ପାଚେରୀ ୧୫ ଦିନ ହେଲା ତିଆରି ହୋଇଥିଲା । ଠିକାଦାର କହୁଛନ୍ତି କନିଷ୍ଠ ଯନ୍ତ୍ରୀ ଇଟାରେ ନିର୍ମାଣ କରିବା ପାଇଁ କହିଥିଲେ ।

Advertisment

କନିଷ୍ଠ ଯନ୍ତ୍ରୀ କହୁଛନ୍ତି ମୁଁ କଙ୍କ୍ରିଟ୍ କରିବା ପାଇଁ କହିଥିଲି । ତେଣୁ କିଏ କହୁଛି ସତ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଏହି କାର୍ଯ୍ୟର କାର୍ଯ୍ୟଦେଶ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ନିମିତ କୁମାର ଭୋଇଙ୍କ ନାଁରେ ରହିଛି ।