କନକ ବ୍ୟୁରୋ : ମଞ୍ଚ ନିକଟରେ ହେଲା ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଗଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମଙ୍ଗଳବାର ନାଳନ୍ଦାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ଜନସଭାକୁ ଉଦବୋଧନ ଦେଉଥିବା ବେଳେ ବିସ୍ଫୋରଣ ହୋଇଛି । ନୀତିଶଙ୍କ ମଞ୍ଚ ଠାରୁ ମାତ୍ର ୫ ମିଟର ଦୂରରେ ଏହି ବିସ୍ଫୋରଣ ହୋଇଥିଲା । ଆଉ ଅଳ୍ପକେ ବଞ୍ଚି ଯାଇଥିଲା ନୀତିଶଙ୍କ ଜୀବନ । କାର୍ଯ୍ୟକ୍ରମସ୍ଥଳରେ ବିସ୍ଫୋରଣ ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି ।

Advertisment

ତେବେ ଏହି ଘଟଣାରେ ଜଣେ ଯୁବକଙ୍କୁ ଘଟଣାସ୍ଥଳରୁ ହିଁ ଗିରଫ କରିଛି ପୋଲିସ । ଗିରଫ ଯୁବକ ଜଣକ ସଭାସ୍ଥଳରେ କୌଣସି ଏକ ବିସ୍ଫୋଟକ ପଦାର୍ଥରେ ନିଆଁ ଲଗାଇ ମଞ୍ଚ ଆଡକୁ ଫୋପାଡିଥିଲେ । ଏହାସହ ଉକ୍ତ ଯୁବକଙ୍କ ଠାରୁ ଆଉ କିଛି ବିସ୍ଫୋରକ ପଦାର୍ଥ ଓ ଦିଆସିଲି ଜବତ କରିଛି ପୋଲିସ । ଗିରଫ ହୋଇଥିବା ଯୁବକ ଜଣକ ସତ୍ୟାରଗଞ୍ଜ ଅଞ୍ଚଳର ବୋଲି ଜଣାପଡିଛି ।

ଏହାପୂର୍ବରୁ ମଧ୍ୟ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଛି । ଗତ ମାସରେ ସୁରକ୍ଷାବ୍ୟବସ୍ଥାକୁ ଭେଦ କରି ନୀତିଶ କୁମାରଙ୍କୁ ଜଣେ ବ୍ୟକ୍ତି ମାଡ ମାରିବାକୁ ଉଦ୍ୟମ କରିଥିଲେ । ଶହିଦଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିବାକୁ ଯାଇଥିବା ବେଳେ ଜଣେ ଯୁବକ ନୀତିଶଙ୍କୁ ମୁଥ ମାରିବାକୁ ଚେଷ୍ଟା କରିଥିଲେ । ତେବେ ଘଟଣାସ୍ଥଳରେ ଥିବା ପୋଲିସ ତୁରନ୍ତ ତାଙ୍କୁ କାବୁ କରିଥିଲା ।