ଗାଈ ମୁହଁରେ ଫୁଟିଲା ବୋମା । ଆହତ ଗାଈକୁ ଉଦ୍ଧାର କରି ଚିକିତ୍ସା କରୁଛନ୍ତି କଳିଙ୍ଗ ଯୁବସେନାର ସଦସ୍ୟ ।

Advertisment
ଗାଈ ମୁହଁରେ ଫୁଟିଲା ବୋମା । ଆହତ ଗାଈକୁ ଉଦ୍ଧାର କରି ଚିକିତ୍ସା କରୁଛନ୍ତି କଳିଙ୍ଗ ଯୁବସେନାର ସଦସ୍ୟ ।

କନକ ବ୍ୟୁରୋ: ମଣିଷ କେମିତି ଧିରେ ଧିରେ ମାନବିକତା ହରାଉଛି, ତାହା ପୁଣି ଥରେ ସାମନାକୁ ଆସିଛି । ବାରହା ଶିକାର ପାଇଁ ବିଛାଇଥିବା ଜାଲରେ ପଡି ପାଟି ଖୋଲୁନଥିବା ନିରୀହ ଗାଈ ଛଟପଟ ହେଉଛି । ଗାଈଟି ଗର୍ଭବତୀ ଥିବାରୁ ପେଟରେ ଥିବା ବାଛୁରୀ ମଧ୍ୟ କଷ୍ଟ ପାଉଛି । ଖବର ପାଇବା ପରେ କଳିଙ୍ଗ ଯୁବ ସେନା ପକ୍ଷରୁ ଗାଈଟିକୁ ଭୁବନେଶ୍ୱର ପଟିଆ ଅଞ୍ଚଳକୁ ଆଣି ତାର ଯତ୍ନ ନେଉଛନ୍ତି କଳିଙ୍ଗ ଯୁବ ସେନାର ସଦସ୍ୟ ।

ସୂଚନା ଅନୁସାରେ, ବାଙ୍କି କିଆପଲ୍ଲା ଅଞ୍ଚଳରେ ବାରାହା ଶିକାର ପାଇଁ ଦୁର୍ବୃର୍ତ୍ତମାନେ ଗୁଡ ଭିତରେ ବୋମା ପୂରାଇ ପଡିଆରେ ପକାଇ ଦେଇଥିଲେ । ଆଉ ବୁଲୁଥିବା ଗାଈଟି ସେହି ଗୁଡକୁ ଖାଇବା ବେଳେ, ବୋମାଟି ଅଚାନକ ଫାଟି ଯାଇଥିଲା । ଯାହାଫଳରେ ଗାଇଟି ଗୁରୁତର ହୋଇ ପଡିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe