କନକ ବ୍ୟୁରୋ: ମଣିଷ କେମିତି ଧିରେ ଧିରେ ମାନବିକତା ହରାଉଛି, ତାହା ପୁଣି ଥରେ ସାମନାକୁ ଆସିଛି । ବାରହା ଶିକାର ପାଇଁ ବିଛାଇଥିବା ଜାଲରେ ପଡି ପାଟି ଖୋଲୁନଥିବା ନିରୀହ ଗାଈ ଛଟପଟ ହେଉଛି । ଗାଈଟି ଗର୍ଭବତୀ ଥିବାରୁ ପେଟରେ ଥିବା ବାଛୁରୀ ମଧ୍ୟ କଷ୍ଟ ପାଉଛି । ଖବର ପାଇବା ପରେ କଳିଙ୍ଗ ଯୁବ ସେନା ପକ୍ଷରୁ ଗାଈଟିକୁ ଭୁବନେଶ୍ୱର ପଟିଆ ଅଞ୍ଚଳକୁ ଆଣି ତାର ଯତ୍ନ ନେଉଛନ୍ତି କଳିଙ୍ଗ ଯୁବ ସେନାର ସଦସ୍ୟ ।
ସୂଚନା ଅନୁସାରେ, ବାଙ୍କି କିଆପଲ୍ଲା ଅଞ୍ଚଳରେ ବାରାହା ଶିକାର ପାଇଁ ଦୁର୍ବୃର୍ତ୍ତମାନେ ଗୁଡ ଭିତରେ ବୋମା ପୂରାଇ ପଡିଆରେ ପକାଇ ଦେଇଥିଲେ । ଆଉ ବୁଲୁଥିବା ଗାଈଟି ସେହି ଗୁଡକୁ ଖାଇବା ବେଳେ, ବୋମାଟି ଅଚାନକ ଫାଟି ଯାଇଥିଲା । ଯାହାଫଳରେ ଗାଇଟି ଗୁରୁତର ହୋଇ ପଡିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/19-21.jpg)