କୁଆଖାଇ ନଦୀପଠାରେ ଅଜଣା ମୃତଦେହ ଠାବ : ହତ୍ୟା କରି ମହିଳାଙ୍କୁ ବାଲିରେ ପୋତିଦେଇଥିବା ସନ୍ଦେହ, ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ୍

140

କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ କୁଆଖାଇ ପଠାରେ ଠାବ ହୋଇ ହୋଇଛି ଅଜଣା ମୃତଦେହ । ମଂଚେଶ୍ୱର ଥାନା ଅଂଚଳର ବରିମୁଣ୍ଡ ଛକ ନିକଟ ବାଲିଯାତ୍ରା ପଡିଆ କୁଆଖାଇ ପଠା ବାଲିରେ ଗୋଟିଏ ମୃତଦେହ ପୋତା ହୋଇଥିବା ଦେଖିଥିଲେ ସ୍ଥାନୀୟ ଲୋକ । ନଈପଠା ବାଲିରେ ପୋତା ଦୋଇଥିବା ମୃତଦେହର ହାତ ଗୋଡ ବାହାରକୁ ଦେଖାଯାଉଛି । ଏନେଇ କମିଶନରେଟ ପୁଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ ।

ମଂଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ସୂଚନା ମିଳିଛି । ଏହା ସହ ଘଟଣା ସ୍ଥଳରେ ସାଇଂଟିଫିକ୍ ଟିମ୍ ପହଂଚି ତଦନ୍ତ କରିବାର ସୁଚନା ରହିଛି । ମୃତଦେହଟି ଜଣେ ମହିଳାଙ୍କର ବୋଲି ସନ୍ଦେହ କରାଯାଉଛି । ସେ ଲେଗିନ୍ସ ପିନ୍ଧିଥିବା ବେଳେ ସେ ନେଲପଲିସ ଲଗାଇଥିବା ଜଣାପଡ଼ିଛି ।