ଆମ୍ବୁଲାନ୍ସରେ ନୁହେଁ ଡଙ୍ଗାରେ ଆସିଲେ କରୋନା ଆକ୍ରାନ୍ତ: ଲଗାଣ ବର୍ଷା ଯୋଗୁଁ ରାସ୍ତା ଉପରେ ପାଣିଚାଲୁଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ

ଆନ୍ଧ୍ରପ୍ରଦେଶରୁ ଆସିଲା ଚିତ୍ର

130

କନକ ବ୍ୟୁରୋ: ଆମ୍ବୁଲାନ୍ସରେ ନୁହେଁ ଡ଼ଙ୍ଗାରେ ମେଡ଼ିକାଲ ଜଣେ କରୋନା ଅକ୍ରାନ୍ତ । ଆନ୍ଧ୍ରପ୍ରଦେଶ ଦୋଡ଼ାଭରମ୍ ଗାଁରୁ ଆସିଲା ଏଭଳି ଏକ ନିଆରା ଚିତ୍ର । ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ଜିଲ୍ଲାରେ ଡ଼ଙ୍ଗା ଦ୍ୱାରା କରୋନା ଆକ୍ରାନ୍ତଙ୍କୁ ମେଡ଼ିକାଲକୁ ନିଆଯାଇଛି । ସୁଚନା ଅନୁସାରେ ଏବେ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଲାଗି ରହିଛି । ଜଳବନ୍ଦି ଅବସ୍ଥାରେ ରହିଛନ୍ତି ଲୋକେ । ରାସ୍ତା ଘାଟ ଘର ଦ୍ୱାର ପାଣିରେ ବୁଡ଼ି ରହିଛି ।

ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘରୁ ବାହାରିବା ପାଇଁ ଲୋକେ ଡ଼ଙ୍ଗା ଉପରେ ନିର୍ଭର କରୁଛନ୍ତି । କରୋନା ସଂକଟ ଭିତରେ ବନ୍ୟା ପରିସ୍ଥିତି ଲୋକଙ୍କ ପାଇଁ କାଳ ପାଲଟିଛି । କରୋନା ସଂକ୍ରମିତଙ୍କୁ ମେଡ଼ିକାଲ ନେବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ଡ଼ଙ୍ଗାର ବ୍ୟବସ୍ଥା କରିଥିଲେ । ଡ଼ଙ୍ଗା ସାହାଯ୍ୟରେ ସଂକ୍ରମିତଙ୍କୁ ମେଡ଼ିକାଲକୁ ମେଡ଼ିକାଲ ନିଆଯାଉଥିବାର ଚିତ୍ର ଏବେ ବେଶ ଭାଇରାଲ ହୋଇଛି ।